ରାଉରକେଲା ପ୍ଲାଣ୍ଟ ସାଇଟ୍ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ଦୁଇ ବ୍ୟବସାୟୀ ଅଟକ

Published By : Prameya-News7 Bureau | October 06, 2024 IST

ରାଉରକେଲା ୬।୧୦: ରାଉରକେଲାରେ ବଡ ଧରଣର ଚୋରା ବାଣ ଜବତ ହୋଇଛି । ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ଚୋରା ବାଣ ଜବତ କରିଛି । ଜବତ ବାଣର ଆନୁମାନିକ ମୂଲ୍ୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଡେଲି ମାର୍କେଟର ଦୁଇଟି ସ୍ଥାନରୁ ବାଣ ଜବତ କରାଯାଇଛି । ଦୁଇ ବ୍ୟବସାୟୀ ଅଜୟ ଗୁପ୍ତା ଓ ରାକେଶ ଅଗ୍ରୱାଲଙ୍କୁ ପ୍ଲାଣ୍ଟ ସାଇଟ୍ ପୋଲିସ ଅଟକ ରଖିଛି । 

ବ୍ୟବସାୟୀ ଦୁଇ ଜଣ ବେଆଇନ ଭାବରେ ଦୀପାବଳିରେ ବ୍ୟବସାୟ କରିବା ପାଇଁ ଗଚ୍ଛିତ ରଖିଥିଲେ । ପ୍ଲାଣ୍ଟ ସାଇଟ୍ ପୋଲିସ ଖବର ପାଇ ଚଢାଉ କରି ବାଣ ଜବତ କରିଛି । ସହରରେ ଅନ୍ୟ କେଉଁମାନେ ବେଆଇନ ଭାବରେ ବାଣ ଗଚ୍ଛିତ ରଖିଛନ୍ତି ରାଉରକେଲା ପୋଲିସ ତାର ଖୋଳତାଳ କରୁଛି ।

You Can Read:

ଅଦିନିଆ ବନ୍ୟାରେ ହନ୍ତସନ୍ତ ଭଦ୍ରକ ମଣିନଗରବାସୀ, ସାମାନ୍ୟ ବର୍ଷାରେ ଜମି ରହୁଛି ପାଣି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.