FM କଲେଜରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଛାତ୍ରୀ ଆତ୍ମାହୁତି ସ୍ଥଳରେ କରୁଛନ୍ତି ତଦନ୍ତ

Published By : Prameya-News7 Bureau | July 20, 2025 IST

ବାଲେଶ୍ବର ୨୦।୭: ବାଲେଶ୍ବର ଫକୀରମୋହନ କଲେଜ ପରିସରରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଛାତ୍ରୀ ଆତ୍ମାହୁତି ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ତାଙ୍କ ସହିତ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦୁଇ ଅଧିକାରିଣୀ ଥିବାବେଳେ ଡିଜି ତଦନ୍ତ ରିପୋର୍ଟ ଯାଞ୍ଚ କରୁଛନ୍ତି । ପ୍ରିନ୍ସିପାଲ ଚ୍ୟାମ୍ବରକୁ ଯାଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଫକୀରମୋହନ କଲେଜରେ ୩ଟି ତଦନ୍ତକାରୀ ଟିମ୍‌ ମାରାଥନ ଜେରା କରିଛି ।ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌, ଉଚ୍ଚ ଶିକ୍ଷା ବିଭାଗର ତିନି ଜଣିଆ ଟିମ୍‌ ସହିତ ଦିଲ୍ଲୀରୁ ୟୁଜିସିର ଚାରି ଜଣିଆ ଟିମ୍ କଲେଜ ପରିସରରେ ତଦନ୍ତ କରୁଛନ୍ତି । ଏଥିରେ ୧୨ ଜଣ ପୂର୍ବତନ ଛାତ୍ର, ୮ ଜଣ ଛାତ୍ରଛାତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିଛନ୍ତି ଏହିସବୁ ତଦନ୍ତକାରୀ ଟିମ୍‌ । ସମସ୍ତଙ୍କୁ ଜଣକ ପରେ ଜଣେ ମାରାଥନ ଜେରା କରାଯାଇଛି । ସେହିଭଳି କଲେଜ ଇଣ୍ଟରନାଲ୍ କମିଟି ବା ଆଇସିସି ଟିମ୍‌ର ସଦସ୍ୟଙ୍କୁ ଡକାଇ ସେମାନଙ୍କୁ ପଚରାଉଚରା କରାଯିବା ସହ ସେମାନେ ଦେଇଥିବା ରିପୋର୍ଟକୁ ଯାଞ୍ଚ କରାଯାଇଛି । କ୍ରାଇମବ୍ରାଞ୍ଚ ଟିମ୍‌ ପେଟ୍ରୋଲ ଟାଙ୍କିକୁ ଯାଇ ସିସିଟିଭି ଯାଞ୍ଚ କରି କିଏ ପେଟ୍ରୋଲ ଆଣିଥିଲା, ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି । କିଭଳି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମାହୁତି କଲେ ତାର ଖୋଳତାଡ ଜାରି ରଖିଛି ଏହି ୩ଟି ତଦନ୍ତକାରୀ ଟିମ୍‌ ।

You Can Read:

FM ଛାତ୍ରୀଙ୍କ ବାପାଙ୍କ ଚିଠି ନେଇ ମୁହଁ ଖୋଲିଲେ ସଦର ବିଧାୟକ, କାହା ଉପରକୁ ଆଙ୍ଗୁଠି ଉଠାଇବା ଆଗରୁ ସତ୍ୟତା ପରଖିବା ଦରକାର

 

  • odisha
  • OdishaNews
  • FM College Student Death
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.