ଗ୍ରୀନଲ୍ୟାଣ୍ଡରେ ସେନା ମୁତୟନ କରିପାରେ ୟୁରୋପ, କମିବ ଟ୍ରମ୍ପଙ୍କ ଚୀନ୍ ଓ ଋଷିଆ ଭୟ

NEWS7
crimebranch-team-return-from-gujurat

ନୂଆଦିଲ୍ଲୀ ୧୧।୧: ବଳ ପୂର୍ବକ ଗ୍ରୀନଲ୍ୟାଣ୍ଡକୁ ଦଖଲ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ମଧ୍ୟରେ ବ୍ରିଟେନ ନିଜ ୟୁରୋପୀୟ ସହଯୋଗୀଙ୍କ ସହିତ ସେଠାରେ ସେନା ମୂତୟନ ପାଇଁ ଆଲୋଚନା କରୁଛି, ଯାହାଦ୍ୱାରା ଟ୍ରମ୍ପ ଙ୍କ ଲାଗି ଆର୍କଟିକ୍ କୁ ରକ୍ଷା କରାଯାଇ ପାରିବ। ଭୌଗଳିକ ରୂପେ ଗ୍ରୀନଲ୍ୟାଣ୍ଡ ଡେନମାର୍କର ଅଂଶବିଶେଷ ଓ ଏକ ସ୍ୱୟଂଶାସିତ ଦ୍ୱୀପ। ତେବେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଏହି ରଣନୈତିକ ଦ୍ୱୀପକୁ ଦଖଲକୁ ନେବା ପାଇଁ ଟ୍ରମ୍ପଙ୍କୁ ମହତ୍ୱାକାଙକ୍ଷା ଛାଡିବାକୁ ରାଜି କରାଯାଇ ପାରେ। କାରଣ ଆମେରିକା ରାଷ୍ଟ୍ରପତିଙ୍କ ଦାବି ଅନୁସାରେ ଏହି ଦ୍ୱୀପ ଚୀନ୍ ଓ ଋଷିଆ ବିପଦରୁ ସୁରକ୍ଷିତ ରହିବ।

ତେବେ ଗ୍ରୀନଲ୍ୟାଣ୍ଡରେ ସେନା ମୁତୟନ ନିମନ୍ତେ ନିକଟରେ ବ୍ରିଟିଶ ଅଧିକାରୀମାନେ ଜର୍ମାନ ଓ ଫ୍ରାନ୍ସ ସହିତ କେତେକ ଦେଶଙ୍କ ରାଷ୍ଟ୍ରମୁଖ୍ୟଙ୍କୁ ଭେଟି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଋଷିଆ ଓ ଚୀନର କୌଣସି ପ୍ରକାରର ଦୁଃସାହାସରୁ ଗ୍ରୀନଲ୍ୟାଣ୍ଡକୁ ରକ୍ଷା କରିବା ପାଇଁ ସେଠାରେ ବ୍ରିଟିଶ ସୈନିକ, ଯୁଦ୍ଧପୋତ ଓ ବିମାନ ମୁତୟନ କରାଯିବ ବୋଲି ଆକଳନ କରାଯାଉଛି। ଜନୈକ ସୂତ୍ର ଟେଲିଗ୍ରାଫକୁ କହିଛନ୍ତି ଯେ ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସେହି କଥାରେ ସହମତ ଯେ ସୁଦୂର ଉତ୍ତରରେ ଋଷିଆର ବଢୁଥିବା ଆକ୍ରମକତାକୁ ରୋକାଯିବା ଦରକାର ଓ ୟୁରୋ-ଆଟଲାଣ୍ଟିକ ସୁରକ୍ଷାକୁ ଦୃଢ କରାଯିବା ଉଚିତ।

କ୍ଷେତ୍ରରେ ସୁରକ୍ଷା ମଜଭୁତ କରିବା ପାଇଁ ନାଟୋ ର ଚର୍ଚ୍ଚା ଜାରି ରହିଛି। ଏଥିରେ ଆର୍କଟିକ୍ ରେ ୟୁକେ ପ୍ରତିରୋଧ ଓ ରକ୍ଷାକୁ ମଜଭୁତ କରିବା ପ୍ରୟାସକୁ ଆଗକୁ ବଢାଇବା ପାଇଁ ନାଟୋ ସହଯୋଗୀଙ୍କ ସହିତ କାମ କରୁଛି। ସୂତ୍ର ଅନୁସାରେ ବ୍ରିଟେନ ସର୍ବଦା ନିଜ ଜାତୀୟ ହୀତରେ ଅଭିଯାନମାନଙ୍କରେ ସହଯୋଗୀଙ୍କ ସହିତ କାମ କରିବା ଜାରି ରଖିବ। ଯାହାଦ୍ୱାରା ଦେଶରେ ଲୋକଙ୍କୁ ରକ୍ଷା କରାଯାଇ ପାରିବ। ତେବେ ଆମେରିକା ଡେନମାର୍କ ସାମ୍ରାଜ୍ୟରୁ ସ୍ୱୟଂଶାସିତ ଦ୍ୱୀପ ଦେଶ ଗ୍ରୀନଲ୍ୟାଣ୍ଡକୁ ନିଜ ସହ ମିଶାଇବା ପାଇଁ ପ୍ରତ୍ୟେକ ବାସିନ୍ଦାଙ୍କୁ ୧୦,୦୦୦ରୁ ୧ଲକ୍ଷ ଡଲାର ଦେବା ପାଇଁ ବିଚାର କରୁଛି।

ରିପୋର୍ଟ ଅନୁସାରେ ଏହି ସାହାସିକ ପ୍ରକଳ୍ପ ଉପରେ ପାଖାପାଖି ୫୭ ହଜାର ଜନସଂଖ୍ୟା ନିମନ୍ତେ ଅନୁନ୍ୟ ୬ ବିଲିୟନ ଡଲାର ଖର୍ଚ୍ଚ ହେବବୋଲି ଆକଳନ କରାଯାଉଛି। ତେବେ ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ପଚରା ଯିବାରେ ଟ୍ରମ୍ପ କହିଛନ୍ତି ଯେ ଆମେ ନିଶ୍ଚିତ ରୂପେ କିଛି ନା କିଛି କରିବୁ, ତେବେ ଏହା ସେମାନଙ୍କୁ ପସନ୍ଦ ହେଉ କି ନ ହେଉ। ଆମେ ବୁଝାମଣା କରିବାକୁ ଚାହୁଁଛୁ, ଯଦି ଏହା ସହଜ ନ ହୁଏ ତେବେ କଠିନ ଉପାୟ ମଧ୍ୟ ଅବଲମ୍ବନ କରିବୁ। ହେଲେ କୌଣସି ପରିସ୍ଥିତିରେ ଋଷିଆ ଅଥବା ଚୀନକୁ ଗ୍ରୀନଲ୍ୟାଣ୍ଡ ଦଖଲ କରିବାକୁ ଦିଆଯିବନି।