କୁମ୍ଭୀର ଏବେ ଜନବସତି ମୁହାଁ, ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଯାଇଛି କୁମ୍ଭୀର ଛୁଆ

Published By : Prameya-News7 Bureau | July 17, 2024 IST

ପଟ୍ଟାମୁଣ୍ଡାଇ ୧୭: ସାଧାରଣତଃ କୁମ୍ଭୀର ନଦୀରେ ରୁହନ୍ତି । ଦିନକୁ ଦିନ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଚାଲିଛି କୁମ୍ଭୀର ମାନଙ୍କ ପ୍ରଜନନ ଋତୁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବିଶ୍ଵ ପ୍ରସିଦ୍ଧ ଭିତରକନିକାରେ ଚଳିତ ବର୍ଷ ବଉଳା କୁମ୍ଭୀର ମାନେ ୧୧୪ଟି ବସା କରିଛନ୍ତି । ବଉଳା କୁମ୍ଭୀର ଜନବସତିକୁ ପଶି ଆସି ଲୋକ ଓ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରିବାର ବହୁ ନଜିର ରହିଛି । ପୂର୍ବରୁ କୁମ୍ଭୀର ମାନଙ୍କୁ ଜନବସତିରେ ଥିବା ପୋଖରୀ, ନଦୀ ନାଳ ବା ରାସ୍ତା ଉପରେ ଦେଖିବାକୁ ମିଳିଥିଲା । ମାତ୍ର କେବେ ଦେଖିନଥିବେ   କୁମ୍ଭୀର ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିବାର । ବିଦ୍ୟୁତ ଖୁଣ୍ଟ ଉପରକୁ ଛୁଆ କୁମ୍ଭୀର ଚଢିଯାଇଛି । ତଳେ ପିଲାମାନେ ଭିଡିଓ କରିବା ସହିତ ହୋହାଲ୍ଲା କରୁଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାଟଶାଳା ନଦୀର ଖୋଳା ନିକଟରେ ନଦୀରୁ ଉଠି ରାସ୍ତାପାର କରି ରାସ୍ତା ଏପଟେ ଥିବା ବିଦ୍ୟୁତ ଖୁଣ୍ଟ ଉପରକୁ କୁମ୍ଭୀରଟି ଚଢି ଯାଇଛି । ୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟର ପୁରା ଉପରକୁ କୁମ୍ଭୀର ଚଢ଼ିଯିବା ଓ ସ୍ଥାନୀୟ ଲୋକେ ତାକୁ ଦେଖି ପାଟି କରିବା ଓ ତାର ଭିଡିଓ କରି ସୋସିଆଲ ମିଡ଼ିଆରେ ଛାଡିଛନ୍ତି ।

You Can Read:

ଲଘୁଚାପ ପ୍ରଭାବରେ ବୁଧବାର ଠାରୁ ବର୍ଷା ବଢ଼ିବ, ଶୁକ୍ରବାର ସୃଷ୍ଟି ହେବ ଆଉ ଏକ ଲଘୁଚାପ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.