ଭଦ୍ରକ ୫।୧: ଭଦ୍ରକ ବ୍ଲକ ସ୍ତରୀୟ ଧାନ ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ କାଉପୁର ସେବା ସମବାୟ ସମିତି ଠାରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଏଠାରେ ଏକ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ଏହି ମଣ୍ଡିରେ ଶୁଭାରମ୍ଭ କରିଥିଲେ । ପୂଜାର୍ଚ୍ଚନା ସହିତ ନଡ଼ିଆ ପିଟି ଏହି ଧାନ ମଣ୍ଡିର ଉଦଘାଟନ କରାଯାଇଥିଲା । ପରେ ସେଠାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ସମେତ ପ୍ରମୁଖ ଯୋଗ ଦେଇ ଚାଷୀଙ୍କ ଠାରୁ ଧାନ କିଣାରେ କୌଣସି ଅସୁବିଧା ହେବ ନାହିଁ ଏବଂ ଚାଷୀଙ୍କ ଠାରୁ FAQ ମାନର ଧାନ ନିଆଯାଇ ସେମାନଙ୍କୁ ଉଚିତ ମୂଲ୍ୟ ସହିତ ଇନପୁଟ ସବସିଡି ପ୍ରଦାନ କରାଯିବ ବୋଲି କହିଥିଲେ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହି ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
You Can Read:
ଦେଶୀ ମଦ ପ୍ରସ୍ତୁତି ବେଳେ ପୋଲିସର ଚଢାଉ, ଖସିପଳାଇଲେ ପ୍ରସ୍ତୁତକାରୀ