ଭଦ୍ରକ ୮।୧୨: ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ଚାଷୀଙ୍କୁ ମିଳିବ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ଇନପୁଟ ସହାୟତା ରାଶି । ଇନପୁଟ ସହାୟତା ରାଶି ୮ ଶହ ଟଙ୍କା ପାଇବେ ଚାଷୀ । ଭଦ୍ରକ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପରିସରରେ ଆୟୋଜିତ ହୋଇଥିବା ଏକ ସଭାରେ ଏହି ରାଶି ପ୍ରଦାନ ବେଳର ସିଧା ପ୍ରସାରଣ ଦେଖିବାକୁ ମିଳିଥିଲା । ଜିଲ୍ଲାର ଚାଷୀ ମାନେ ଧାନର କ୍ବିଣ୍ଟାଲ ପିଛା ୨୩ ଶହ ଟଙ୍କା ଓ ଇନପୁଟ ସହାୟତା ୮ ଶହ ଟଙ୍କା ମିଶାଇ ସମୁଦାୟ ୩୧ ଶହ ଟଙ୍କା ପାଇବେ । ଏହି ଅବସରରେ ଭଦ୍ରକ ବିଧାୟକ, ସାଂସଦ, ଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ ଉପସ୍ଥିତି ରହି ଚାଷୀଙ୍କୁ ସଚେତନ କରିଥିଲେ । ଏହାସହ ସଚେତନତା ରଥକୁ ମଧ୍ୟ ଜିଲ୍ଲାରେ ପରିକ୍ରମା ପାଇଁ ଉଦଘାଟିତ କରାଯାଇଛି ।
ତେବେ ଭଦ୍ରକ ଜିଲ୍ଲାରେ ୨୭ ତାରିଖରୁ ୨୦୨୪-୨୫ ମସିହା ପାଇଁ ଧାନ କ୍ରୟ ଆରମ୍ଭ ହେବ । ଝୋଟ ଅଖାରେ ଏଥର ଧାନ କ୍ରୟ ହେବ । ତେବେ ପଞ୍ଜୀକୃତ କରିଥିବା ଚାଷୀଙ୍କୁ ମେସେଜ ମାଧ୍ୟମରେ ଧାନ କ୍ରୟ ତାରିଖ ବିଷୟରେ ଅବଗତ କରାଯିବ । ସମବାୟ ସମିତି ଓ ନିର୍ଦ୍ଧାରିତ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଧାନ ଗ୍ରହଣ କରିବେ । FAQ ଧାନ ପାଇଁ ମିଳିବ ସମ୍ପୂର୍ଣ୍ଣ ରାଶି । ତେବେ ଏଥର ଧାନ କ୍ରୟ ବେଳେ କଟନୀ ଛଟନୀ ହେବ ନାହିଁ ।
You Can Read:
ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ସିବିଆଇ ରେଡ୍, ୩ ଜଣ ଗିରଫ ସୂଚନା