କଟକ ଜିଲ୍ଲା ପରିଷଦ ବୈଠକରେ ତୁମୁଳକାଣ୍ଡ,ପୂର୍ବ ସରକାରଙ୍କ ଅପାରଗତା ଉଠାଇ ଘେରିଲେ ବିଧାୟକ,ରାଗିଗଲେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ

Published By : Prameya-News7 Bureau | August 18, 2024 IST

କଟକ ୧୮/୮: ଜିଲ୍ଲା ପରିଷଦ ବୈଠକରେ ତୁମୁଳକାଣ୍ଡ । ପୂର୍ବ ସରକାର ୨୪ ବର୍ଷ ଶାସନରେ  ରହିଲେ  କିନ୍ତୁ କଟକ ଜିଲ୍ଲାରେ ପାଇପ ଯୋଗେ ପାନୀୟଜଳ ଲୋକଙ୍କ ପାଖରେ ପହଞ୍ଚିପାରିଲାନି ବୋଲି ପ୍ରଶ୍ନ କରିଥିଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ । ଏଥି ସହିତ ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା ନିଜେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ମନ୍ତ୍ରୀ ଥିଲେ ମଧ୍ୟ ଏ କ୍ଷେତ୍ରରେ ମାହାଙ୍ଗା ଅବହେଳିତ ହୋଇଛି ବୋଲି ସେ କହିଥିଲେ । 

ବିଧାୟକ ସାରଦା ପ୍ରଧାନଙ୍କ ଏହି ପ୍ରଶ୍ନରେ ଅସନ୍ତୋଷ ପ୍ରକାଶ କରିଥିଲେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ। ସମସ୍ତେ ପୋଡିୟମ ସମ୍ମୁଖକୁ ଆସି ଫାଇଲ ଫୋପାଡ଼ି ବିଧାୟକ ସାରଦାଙ୍କ ଟିପ୍ପଣୀ ଉପରେ ପ୍ରତିବାଦ କରିଥିଲେ। କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ଵିଜେଡି ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କର କଥା କଟାକଟି ହୋଇଥିଲା। ଦୀର୍ଘ ସମୟ ଧରି ହୋହାଲ୍ଲା ପାଟିତୁଣ୍ଡ ପରେ ବୈଠକ ସ୍ବାଭାବିକ ହୋଇଥିଲା ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.