5T ସ୍କୁଲ ଗୃହ ନିର୍ମାଣ ନିମ୍ନମାନର ଅଭିଯୋଗ : ସ୍କୁଲ ପରିଦର୍ଶନ କଲେ କଟକ ସଦର ବିଧାୟକ

Published By : Prameya-News7 Bureau | June 25, 2024 IST

ସାଲେପୁର ୨୫।୬: କଟକ ସଦର ବ୍ଲକ ଅଧିନସ୍ତ ବିଭିନ୍ନ ଗ୍ରାମରେ 5T ସ୍କୁଲ ଗୃହ ନିର୍ମାଣ ନିମ୍ନମାନର ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ସଦର ବିଡ଼ିଓ ରୁମାନା ଜାଫ୍ରି, ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ବିରିବାଟୀ, ଆୟତପୁର, ଯସପଡା, ପ୍ରହରାଜପୁର, 5T ସ୍କୁଲର ସରଜମିନି ତଦନ୍ତ କରିଥିଲେ । 

ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସ୍କୁଲ ଗୃହ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରି ଏଥିପ୍ରତି ଦୃଷ୍ଟି ଦେବାକୁ ବିଡ଼ିଓଙ୍କୁ କହିବା ସହ 5T ସ୍କୁଲରେ ଆସବାବପତ୍ର କିଣିବାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ସନ୍ଦେହ ପ୍ରକାଶ କରିଥିଲେ । ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଅନୁରୋଧ କରାଯିବ ବୋଲି ମଧ୍ୟ କହିଥିଲେ ।


You Can Read :

ରାଜୁଆ ନଦୀରେ ଭାସୁଛନ୍ତି କୁଢ଼ କୁଢ଼ ମଲା ମାଛ, ଦୂଷିତ ହେବାରେ ଲାଗିଛି ନଦୀ ଜଳ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.