ହୀରାକୁଦ ଡ୍ୟାମରେ ହେବ ଅତିରିକ୍ତ ସ୍କିଲ ୱେ ନିର୍ମାଣ, ଅନୁଧ୍ୟାନ କଲେ ୯ ଜଣିଆ ଟିମ୍

Published By : Prameya-News7 Bureau | March 08, 2025 IST

ସମ୍ବଲପୁର ୮/୦୩: ହୀରାକୁଦରେ ପ୍ରସ୍ତାବିତ ନୂଆ ଅତିରିକ୍ତ ସ୍କିଲ ୱେର ନିର୍ମାଣ ପ୍ରସଙ୍ଗ । କ୍ଷେତ୍ର  ପରିଦର୍ଶନ ପାଇଁ ହୀରାକୁଦରେ କେନ୍ଦ୍ରୀୟ ଜଳ ଆୟୋଗ ଓ  ବିଶ୍ବ ବ୍ୟାଙ୍କ ପ୍ରତିନିଧି । ଡ୍ୟାମ ଫାଉଣ୍ଡେସନ ଗ୍ୟାଲେରୀ,ସ୍ଲୁଇସ ଗେଟ ଅପରେସନ ପାୱାର ଚାନେଲ ବୁଲି ଦେଖିଛନ୍ତି ୯ ଜଣିଆ ଟିମ୍‌ । ଖୁବ ଶୀଘ୍ର କାମ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ  ସୁଶୀଲ ବେହେରା ।

ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୯୦ କୋଟି, ୨୦୨୬-୨୭ରେ ୨୦୦ କୋଟି,୨୦୨୭-୨୮ରେ ୨୨୪ କୋଟି ,୨୦୨୮-୨୯ରେ ୧୭୦ କୋଟି,୨୦୨୯-୩୦ରେ ୧୧୦ କୋଟି ,୨୦୩୦-୩୧ରେ ୯୦.୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଜଳ ସ୍ଥଳ ଓ ଆକାଶ ମାର୍ଗରେ ସର୍ଭେ କରି ଫାଟ ଓ ଅନ୍ୟ ସଂକଟଜନକ ପରିସ୍ଥିତି ପାଇଁ ଚିହ୍ନଟ ତଥା ଏହାର ପୁନରୁଦ୍ଧାର ପାଇଁ ୩୨ କୋଟି ଖର୍ଚ୍ଚ ହେବ ।ହୀରାକୁଦ ଡ୍ୟାମର ଓ ପ୍ରସ୍ତାବିତ ଅତିରିକ୍ତ ସ୍କିଲ ୱେ ଗେଟ୍‌ ଗୁଡିକରେ ସ୍ବୟଂଚାଳିତ ବ୍ୟବସ୍ଥା କରିବାକୁ ୧୫୦ କୋଟିର ଅର୍ଥ ବ୍ୟୟବରାଦ ହୋଇଛି । କେନ୍ଦ୍ରୀୟ ଜଳ ଆୟୋଗ ଓ ଡ୍ୟାମ ସୁରକ୍ଷା ସମୀକ୍ଷା ପ୍ୟାନେଲ ଅନୁମୋଦ ପରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

 ପୂର୍ବରୁ ବାମ ପଟ ଡାଇକରେ ଅଧା ନିର୍ମିତ ଅବସ୍ଥାରେ ଅତିରିକ୍ତ ସ୍କିଲ ୱେ ପଡିରହିଛି । ଏଥିପାଇଁ ଜମି ଅଧିଗ୍ରହଣ ମଧ୍ୟ ସରିଛି । ଏହାକୁ ନିର୍ମାଣ କରୁଥିବା ସଂସ୍ଥା କୌଣସି କାରଣକୁ ନେଇ ଛାଡ଼ି ଚାଲିଯାଇଛନ୍ତି। ଫଳରେ ଅତିରିକ୍ତ ସ୍କିଲ୍ ୱେ ନିର୍ମାଣ କରାଯିବାକୁ ନିଷ୍ପତି ହୋଇଥିଲା। ବନ୍ୟା ଜଳ ନିଷ୍କାସନ କ୍ଷମତାକୁ ବୃଦ୍ଧି କରିବା ପାଇଁ ବାମ ପାର୍ଶ୍ଵ ବନ୍ଧରେ ନିର୍ମାଣ କରାଯାଉଥିବା ଅତିରିକ୍ତ ସ୍କିଲ୍ ୱେ ଲମ୍ବ ପ୍ରାୟ ୯୧ ମିଟର ରହିବ ବୋଲି କୁ ହାଯାଉଥିଲା। ଏଥିରେ ୫ଟି ସ୍କୁ ଇସ୍ ଗେଟ ରହିବାର ଯୋଜନା ଥିଲା।

 ଗାନ୍ଧୀମିନାର ନିକଟରୁ ଜବାହାର ଉଦ୍ୟାନ ପଟକୁ ନିର୍ମାଣ ହେବାକୁ ଥ‌ିବା ଏହି ଅତିରିକ୍ତ ସ୍କିଲ୍ ୱେ ଚ୍ୟାନେଲର ଲମ୍ବ ୨ କିମି ଓ ପ୍ରସ୍ଥ ୩ ଶହ ମିଟର ରହିବ। ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୧୮ରେ ମୋଟ ୩୬୯. ୫୩ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ୯୦୦ କୋଟି ଟଙ୍କାକୁ ଛୁଇଁଥିଲା। ହୀରାକୁଦ ନଦୀବନ୍ଧରେ ବନ୍ୟାଜଳ ନିଷ୍କାସନ ପାଇଁ ଥିବା ମୋଟ ୯୮ଟି ଗେଟ ମଧ୍ୟରୁ ୬୪ଟି ସ୍କୁଇସ୍ ଗେଟ ଓ ୩୪ଟି କ୍ରାଏଷ୍ଟ ଗେଟ୍ ରହିଛି। ଯେଉଁଥିରେ ଏକାଥରକେ ପ୍ରାୟ ୧୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହୋଇପାରୁଛି।

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.