ମାତିଛି ପାଗଳ ମାଙ୍କଡ଼ ! ୩ ଜଣଙ୍କୁ କାମୁଡି କଲା ଗୁରୁତର, ଭୟରେ ଗାଁଲୋକ

NEWS7
cyclone-dana-damage-money-will-be-sent-online-to-various-districts-by-evening-said-by-suresh-pujari

ବଲାଙ୍ଗିର: ବଲାଙ୍ଗୀର ସଦରବ୍ଲକ ଅନ୍ତର୍ଗତ ମାଧିଆ ପାଲିଗାଁରେ ମାଙ୍କଡ଼ ଉପଦ୍ରଵ। ମାଙ୍କଡ଼ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି। ତେବେ ଗତକାଲି ରାତିରେ ମାଧିଆ ପାଲି ଠାରେ ଗାଁକୁ ଗୋଟିଏ ଗୋଠ ଛଡା ମାଙ୍କଡ଼ ଚାଲିଆସିଥିଲା। ଗାଁରେ ୩ ଜଣଙ୍କୁ ଆକ୍ରମଣ କରିବା ସହ ସେମାନଙ୍କୁ କାମୁଡ଼ି, ରାମ୍ପୁଡି ଗୁରୁତର କରିଥିଲା।

ଗୁରୁତର ମାନଙ୍କ ମଧ୍ୟରେ ଜଣେ ନାବାଳକ। ଅନ୍ୟ ଦୁଇ ଜଣ ହେଲେ ସୁମତି ପଟେଲ ଓ ପୁଷ୍ପାଞ୍ଜଳି ପଟେଲ। ସେମାନଙ୍କୁ ଭୀମଭୋଇ ମେଡିକାଲକୁ ନେଇ ଚିକିତ୍ସା କରାଯାଇଥିଲା। ତେବେ ବର୍ତ୍ତମାନ ଜଙ୍ଗଲରୁ ମାଙ୍କଡମାନେ ସହର ମୁହାଁ ହୋଇଛନ୍ତି।

କିଛି ପାଗଳ ମାଙ୍କଡ଼ ଏଭଳି ଲୋକଙ୍କୁ ଆକ୍ରମଣ କରିଥିବାବେଳେ ଗତ ବର୍ଷ ଏହି ସମୟରେ ସେହି ଗାଁରେ ମାଙ୍କଡ ଲୋକଙ୍କୁ ଆକ୍ରମଣ କରିଥିଲା। ଏନେଇ ବନବିଭାଗ ସେହି ମାଙ୍କଡ଼କୁ କାବୁ କରିବାକୁ ଦାବି ହୋଇଛି। ଏନେଇ ଗାଁ ଲୋକ ଭୟରେ ରହିଛନ୍ତି।