ରାଜଧାନୀରେ ଗଣେଶ ପୂଜା ଭସାଣୀରେ ବାଜିବ ନାହିଁ ଡିଜେ : ଡିସିପି

Published By : Prameya-News7 Bureau | August 18, 2024 IST

ଭୁବନେଶ୍ବର ୧୮ରାଜଧାନୀରେ ଗଣେଶ ପୂଜା ଭସାଣୀ ବେଳେ ବାଜିବ ନାହିଁ ଡିଜେ । ଗତ ବର୍ଷ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିବାରୁ ସମସ୍ତ ଗଣେଶ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନେଇଛନ୍ତି । କମିଶନରେଟ୍ ପୋଲିସ ମଧ୍ୟ ଏନେଇ ଆଲୋଚନା କରିଥିବାରୁ ପୋଲିସ ସହ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ କମିଶନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଏହି ବୈଠକ ହୋଇଥିଲା । ବୈଠକରେ ଭୁବନେଶ୍ୱରରେ ଦୀର୍ଘ ବର୍ଷ ଧରି ହୋଇଆସୁଥିବା ଗଣେଶ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

ଚଳିତ ବର୍ଷ କିଭଳି ଗଣେଶ ପୂଜା ଶାନ୍ତି ଶୃଙ୍ଖଳା ଭାବେ ପାଳନ ହେବ, କ’ଣ କ’ଣ ସମସ୍ୟା ରହିଛି ତାହା କିଭଳି ପୂଜା ପୂର୍ବରୁ ସମାଧାନ ହେବ, କେତେ ଉଚ୍ଚତାରେ ମୂର୍ତ୍ତି ରହିବ, ଡିଜେ ବାଜିବ କି ନାହିଁ ତାହାର ଅନୁମତି ଦିଆଯିବ କି ନାହିଁ, ଭସାଣି ଶୋଭାଯାତ୍ରା ବେଳେ କେତେ ଜଣ ଉପସ୍ଥିତ ରହିବେ ଏ ସମସ୍ତ ବିଷୟକୁ ନେଇ ଆଲୋଚନା ହୋଇଛି ।

You Can Read:

ସିମ୍ ବକ୍ସ ତନାଘନା : ରାଜୁ ମଣ୍ଡଳକୁ ଭୁବନେଶ୍ବରରେ ଭେଟିଥିଲା ଆଶାଦ୍ଦୁର ଜମାନ, ୨ ମାସ ଲୁଚି ରହିଥିଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.