Iran War: ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ପୁଣି କଥା ହେଲେ ଏସ୍. ଜୟଶଙ୍କର

NEWS7
deadbody-found-in-drug-rehabilitation-center-pipili

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଶୁକ୍ରବାର ରାତିରେ (ମାର୍ଚ୍ଚ ୧୨) ଇରାନର ବୈଦେଶିକ ମନ୍ତ୍ରୀ ଆରାଘାଚିଙ୍କ ସହ ପୁଣି ଥରେ କଥା ହୋଇଛନ୍ତି। ଦ୍ୱିପାକ୍ଷିକ ସଂପର୍କ ଏବଂ ବ୍ରିକ୍ସ-ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର କହିଛି ଯେ, ବଢ଼ୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କ ତାଙ୍କ ଇରାନୀ ପ୍ରତିପକ୍ଷ ସୈୟଦ ଆବାସ ଆରାଘାଚିଙ୍କ ସହ ସାମୁଦ୍ରିକ ସୁରକ୍ଷା ଏବଂ ଭାରତର ଶକ୍ତି ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି।

Also Read: ବାଇକ ଇଞ୍ଜିନ ଆଗରେ ଫେଲ୍ ଆମେରିକାର ଶକ୍ତିଶାଳୀ ଡିଫେନ୍ସ ସିଷ୍ଟମ

MEA ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଜୟଶଙ୍କର ଏବଂ ଆରାଘାଚି ସାମୁଦ୍ରିକ ସୁରକ୍ଷା ଏବଂ ଶକ୍ତି ଯୋଗାଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏବଂ ଇରାନ ବୈଦେଶିକ ମନ୍ତ୍ରୀ ଗତ କିଛି ଦିନ ମଧ୍ୟରେ ୪ ଥର ଆଲୋଚନା କରିଛନ୍ତି। ପୂର୍ବ ଆଲୋଚନାରେ ସାମୁଦ୍ରିକ ସୁରକ୍ଷା ଏବଂ ଭାରତର ଶକ୍ତି ସୁରକ୍ଷା ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ପେଜେସ୍କିଆନଙ୍କ ସହ କଥା ହେଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଇରାନ୍ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପେଜେସ୍କିଆନଙ୍କ ସହ କଥା ହୋଇଛନ୍ତି । ଯୁଦ୍ଧକୁ ୧୩ ଦିନ ବିତିଥିବା ବେଳେ ପଶ୍ଚିମ ଏସିଆରେ ଉପୁଜିଥିବା ଗମ୍ଭୀର ପରିସ୍ଥିତି ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି ।

କ’ଣ କହିଲେ ମୋଦୀ ?
ପ୍ରଧାନମନ୍ତ୍ରୀ ମୋଦୀ ବଢ଼ି ଚାଲିଥିବା ଉତ୍ତେଜନା, ସାଧାରଣ ନାଗରିକଙ୍କ ଜୀବନହାନି ଏବଂ ସାଧାରଣ ଭିତ୍ତିଭୂମିର କ୍ଷତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଫୋନ୍ କଲ୍ ପରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେ ଆଲୋଚନା ଏବଂ କୂଟନୀତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଭାରତର ସ୍ଥିତିକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତୀୟ ନାଗରିକଙ୍କ ସୁରକ୍ଷା, ସାମଗ୍ରୀ ଏବଂ ଶକ୍ତିର ନିରନ୍ତର ପରିବହନର ଆବଶ୍ୟକତା ଭାରତର ସର୍ବୋଚ୍ଚ ପ୍ରାଥମିକତା । ସେ ଶାନ୍ତି ଏବଂ ସ୍ଥିରତା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।