ମୁକୁଳା ଡ୍ରେନ୍‌ରୁ ଉଦ୍ଧାର ନାବାଳକର ମୃତ୍ୟୁ, ପ୍ରବଳ ବର୍ଷା ଯୋଗୁଁ ଭାସିଯାଇଥିଲେ

Published By : Prameya-News7 Bureau | June 18, 2024 IST

ଭୁବନେଶ୍ଵର: ରାଜଧାନୀରେ ମୁକୁଳା ଡ୍ରେନରେ ନାବାଳକ ଭାସିଯିବା ଘଟଣା। ଉଦ୍ଧାର ନାବାଳକର ହସ୍ପିଟାଲରେ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ରାଜଧାନୀରେ ପ୍ରବଳ ବର୍ଷ ହୋଇଥିଲା। ଆଉ ଏହି ପ୍ରବଳ ବର୍ଷା ଯୋଗୁଁ ୟୁନିଟ୍-୩ ମସଜିଦ କଲୋନୀ ନିକଟରେ ଥିବା ଏକ ମୁକୁଳା ଡ୍ରେନରେ ଜଣେ ନାବାଳକ ଭାସିଯାଇଲେ। ତେବେ ପ୍ରାୟ ଘଣ୍ଟାଏ ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ନାବାଳକକୁ ଉଦ୍ଧାର କରିବା ସହ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ୍‌ରେ କରିଥିଲା । ମାତ୍ର ସେଠାରେ ତାଙ୍କର  ଚିକିତ୍ସାଧୀ ଅବସ୍ଥାରେ ମୃତ୍ୟୁ ହୋଇଛି ।

ନାବାଳକର ନାଁ ଅବୁ ବକର ।  ତା’ର ବୟସ ୮ରୁ ୧୦ ବର୍ଷ ହେବ । ନିଜ ସାଙ୍ଗମାନଙ୍କ ସହ ମୁକୁଳା ଡ୍ରେନ ପାଖରେ ଖେଳୁଥିଲେ। ସେହି ସମୟରେ ନାଳରେ କିଛି ଆକର୍ଷଣୀୟ ବେଲୁନ ଭାସି ଆସିଥିଲା, ଯାହାକୁ ଆଣିବା ପାଇଁ ନାବାଳକ ଜଣକ ଓ ସାଙ୍ଗମାନେ ଡ୍ରେନ ଭିତରକୁ ପଶିଥିଲେ। ତେବେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ନାବାଳକ ଭାସି ଯାଇଥିଲେ। 

ଆଉ ନାବାଳକ ଭାସି ଯାଉଥିବା ଦେଖି ତାଙ୍କ ସାଙ୍ଗପିଲାମାନେ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ମୁକୁଳା ଡ୍ରେନ ପାଖରେ ପହଞ୍ଚି ନାବାଳକର ସନ୍ଧାନରେ ଲାଗିପଡ଼ିଥିଲେ। ଶେଷରେ ନାବାଳକ ଜଣକୁ ଲକ୍ଷ୍ମୀସାଗର ମେଳଣ ପଡ଼ିଆ ନିକଟରୁ ଉଦ୍ଧାର କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.