ଗାଁ ଗଣ୍ଡଗୋଳରେ ଯାଇଥିଲା ଜେଲ୍, ଉପକାରାଗାରରେ ମୃତ୍ୟୁକୁ ନେଇ ଏବେ ସନ୍ଦେହ

Published By : Prameya-News7 Bureau | August 15, 2024 IST

କୋଣାର୍କ ୧୫: ନିମାପଡ଼ା ଉପକାରାଗାରରେ ବିଚାରାଧୀନ କଏଦୀର ମୃତ୍ୟୁ । କଏଦୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର ପଞ୍ଚାୟତ ଷୋଳପୁର ଗ୍ରାମର ଜଗବନ୍ଧୁ ରାଉତ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ୫ ମାସ ତଳେ ଜଗବନ୍ଧୁର ଗାଁ ଭିତରେ ଏକ ଗଣ୍ଡଗୋଳକୁ ନେଇ ଗୋପ ଥାନାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ନିମାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିଲା । ପରିବାର ଲୋକେ ସ୍ଥାନୀୟ ପୋଲିସ ଦ୍ଵାରା ହଠାତ ଜାଣିବାକୁ ପାଇଥିଲେ ଯେ ଜଗବନ୍ଧୁଙ୍କ ମୃତ୍ୟୁ ଘଟିଛି । ଏନେଇ ତାଙ୍କ ପତ୍ନୀ ନିମାପଡ଼ା ଥାନାର ଦ୍ୱାରସ୍ଥ ହେବା ସହ  ଉପକାରାଗାର ଭିତରେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । 

ସେପଟେ ଜଗବନ୍ଧୁଙ୍କ ମୃତ୍ୟୁ ଖବର ପାଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଜଗବନ୍ଧୁଙ୍କ ୬ ବର୍ଷର ଝିଅ ଓ ୯ ବର୍ଷର ପୁଅ ରହିଥିବା ସୂଚନା ରହିଛି l ଜେଲ୍ ଭିତରେ ଜଗବନ୍ଧୁକୁ ମାରିଦେଇଛନ୍ତି ବୋଲି ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରୁଛନ୍ତି  l ଯଦି ଏହାର ତୁରନ୍ତ ତଦନ୍ତ କରାନଯାଏ, ତାହାଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀ କହିଛନ୍ତି l

You Can Read:

ବୌଦ୍ଧରେ ୩୦୦ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ଛାତ୍ରଛାତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.