ବର୍ତ୍ତମାନ ଟ୍ରିପଲ୍ ଇଞ୍ଜିନ ସରକାର ଅଛି, ଆମେ ଆଶା ରଖିଛୁ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବ : ଦେବୀ ମିଶ୍ର

Published By : Prameya-News7 Bureau | January 26, 2025 IST

ଭୁବନେଶ୍ବର ୧: ମହାନଦୀ ଜଳ ବିବାଦ ନେଇ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ କେନ୍ଦ୍ର, ରାଜ୍ୟ ଏବଂ ଛତିଶଗଡ଼ରେ ଟ୍ରିପଲ ଇଞ୍ଜିନ ସରକାର ରହିଛି । ଆମେ ଆଶା ରଖିଛୁ ଶୀଘ୍ର ଏ ବିବାଦର ସମାଧାନ ହେବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୁଇ ମାସ ତଳେ କହିଥିଲେ, ଆଲୋଚନା ମାଧ୍ୟମରେ ରାସ୍ତା ପରିଷ୍କାର ହେଲାଣି । ଆସନ୍ତା ଖରାଦିନେ ଚାଷୀ ଏବଂ ଅବବାହିକାରେ ଥିବା ୧୬ଟି ଜିଲ୍ଲାର ଜନସାଧାରଣ କିଭଳି ପାଣି ପାଇବେ ତାହାକୁ ଆମେ ଅପେକ୍ଷା କରିଛୁ । 

ସେହିପରି ସେ କହିଛନ୍ତି ଖୁବ୍‌ଶୀଘ୍ର ଶେଷ ହେବ ବିଜେଡି ସାଂଗଠନିକ ନିର୍ବାଚନ । ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସବୁ ବର୍ଷ ନିର୍ଦ୍ଧାରିତ ସମୟରେ ଆମର ନିର୍ବାଚନ ହୁଏ । ଯେହେତୁ କୋଭିଡ୍ ଓ ପରେ ସାଧାରଣ ନିର୍ବାଚନ ଥିଲା ତେଣୁ ଆମେ ନିର୍ବାଚନ କମିଶନଙ୍କୁ ୨୪ ମସିହା ଶେଷ ବେଳକୁ ନିର୍ବାଚନ ପ୍ରକ୍ରିୟାକୁ ଆଗକୁ ନେବୁ ବୋଲି ଜଣାଇଥିଲୁ । ସେହି ଅନୁସାରେ ଆମେ ପ୍ରକ୍ରିୟାକୁ ଆଗକୁ ନେଇଛୁ । ଆମର ୧୦ରୁ ୧୨ ସପ୍ତାହ ମଧ୍ୟରେ ଏ ପ୍ରକ୍ରିୟା ଶେଷ ହେବ । 

ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ମାନଙ୍କ ନାଁ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିବେ । ତା ପରେ କ୍ଷେତ୍ରୀୟ ଅଧିକାରୀଙ୍କ ଘୋଷଣା ହେବ ବୋଲି ଦେବୀ ମିଶ୍ର କହିଛନ୍ତି ।

You Can Read:

SCBରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ସେପଟେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.