ପୋଖରୀରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ, ୩ ଦିନ ହେଲା ନିଖୋଜ ଥିଲେ

Published By : Prameya-News7 Bureau | August 22, 2024 IST

ବାଲିଗୁଡ଼ା ୨୨।୮: ତିନି ଦିନ ହେବ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଗାଁ ନିକଟ ପୋଖରୀରୁ ଉଦ୍ଧାର ହେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ବାଲିମାହା ଗାଁରେ । ମୃତ ଯୁବକ ଜଣଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ହଠାତ କୁଆଡେ ନିଖୋଜ ହୋଇଥିଲା । ମୃତ ଯୁବଙ୍କ କୋଟଗଡ଼ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ପଞ୍ଚାୟତ ଯାକେସ ଗାଁର ଉତ୍ତମ ପାଟମାଝି ନିଖୋଜ ଥିବା ନେଇ ଏତଲା ଦିଆଯାଇଥିଲା । ସ୍ତ୍ରୀ ଓ ସମ୍ପର୍କୀୟ ଅନେକ ଖୋଜାଖୋଜି ପରେ ବାଧ୍ୟହୋଇ ବାଲିଗୁଡ଼ା ଥାନାରେ ବୁଧବାର ଉତ୍ତମଙ୍କ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ । 

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତ୍ତମ ପାଟମାଝି ରବିବାର ଅପରାହ୍ନ ସମୟରେ ହଠାତ କୁଆଡେ ଚାଲି ଯାଇଥିଲେ । ହେଲେ ତିନି ଦିନ ପରେ ସମ୍ପର୍କୀୟ ତାଙ୍କୁ ବାଲିମାହାର ଏକ ପୋଖରୀରେ ଭାସିବା ଅବସ୍ଥାରେ ଦେଖିଥିଲେ । ପରେ ବାଲିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦିଆଯାଇଥିଲା । ଏହା ସହିତ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚକିତ୍ସାଳୟକୁ ଆଣିଥିଲେ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

You Can Read:

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ : ଇସ୍କନ ମନ୍ଦିର ସମ୍ମୁଖରେ ବୁଡ଼ିଲା କାର୍, ଯାତାୟତ ବାଧାପ୍ରାପ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.