ବେବି ବର୍ଥ ପୂର୍ବରୁ ସିଦ୍ଧିବିନାୟଙ୍କ ଆର୍ଶିବାଦ ନେଲେ ରଣଭୀର-ଦୀପିକା, ଭାଇରାଲ ହେଉଛି ଫଟୋ

Published By : Prameya-News7 Bureau | September 07, 2024 IST

ମୁମ୍ଵାଇ ୦୭।୦୯: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଖୁବ୍‌ ଶୀଘ୍ର ସେ ମାଆ ହେବାକୁ ଯାଉଛନ୍ତି। ଦୀପିକା ପାଦୁକୋନ୍ ଗର୍ଭଧାରଣର ୯ ମାସରେ ଅଛନ୍ତି। ଅଭିନେତ୍ରୀ ଏବେ ଗର୍ଭବତୀ ସମୟକୁ ଉପଭୋଗ କରୁଛନ୍ତି। ଦୀପିକା ପାଦୁକୋନ କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ତାଙ୍କ ମାଟରନିଟିର କିଛି ଫଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କ ବେବି ବମ୍ପ ଦେଖିବା ପରେ କିଛି ୟୁଜର୍ସ ମଧ୍ୟ ଅନୁମାନ କରୁଥିଲେ ଯେ ଅଭିନେତ୍ରୀ ଯାଆଁଳା ସନ୍ତାନ ଜନ୍ମ ଦେବେ । ହେଲେ ଏବେ ସେ ରଣଭୀର ସିଂ ଏବଂ ପରିବାର ଲୋକଙ୍କ ସହ ସିଦ୍ଧବିନାୟକଙ୍କ ନିକଟରେ ପହଞ୍ଚିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସମସ୍ତେ ସେମାନଙ୍କୁ ଦେଖିବା ପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। 

ଫେବୃଆରୀ ଶେଷରେ ଦୀପିକା ତାଙ୍କ ଗର୍ଭଧାରଣ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ। ଏବେ ଦୀପିକା ରଣଭୀର ସିଂଙ୍କ ସହିତ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଥିଲେ । ଏହି ସମୟରେ ରଣଭୀର ସିଂଙ୍କୁ ଧଳା କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିଥିଲା। ଦୀପିକା ପାଦୁକୋନ୍ ସବୁଜ ବନାରସୀ ରେଶମ ଶାଢୀରେ ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ଉଭୟ ଖାଲି ପାଦରେ ଥିଲେ। ସେ ତାଙ୍କ ସ୍ୱାମୀଙ୍କ ହାତ ଧରିଥିଲେ। ସେ ରାସ୍ତାରେ ଭେଟିଥିବା ପ୍ରଶଂସକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। 

କହିବାକୁ ଗଲେ ଦୁହେଁ ଏକୁଟିଆ ନଥିଲେ। ତାଙ୍କର ସମସ୍ତ ପରିବାର ତାଙ୍କ ସହିତ ଥିଲେ। ତାଙ୍କ ପିତାମାତାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଦୀପିକାଙ୍କ ମୁହଁରେ ଚମକ ଏବଂ ଖୁସି ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ । କିଛି ଫ୍ୟାନ୍ସ ତାଙ୍କ ବେବି ବମ୍ପ ଦେଖି ଲେଖିଛନ୍ତି, 'ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।' ମୋର ଦୀପୁଙ୍କ ଉପରେ କାହାର ଖରାପ ନଜର ନପଡୁ। ଅନ୍ୟ ଜଣେ ଲେଖିଛନ୍ତି, ଯାଆଁଳା ସନ୍ତାନ ଅଛି କି ?'

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.