ଦିଲ୍ଲୀରେ ଜଣେ ସାମ୍ବାଦିକଙ୍କ ଘରୁ ଚୋରି : ବାଲେଶ୍ବର ସୋର ଅଞ୍ଚଳରୁ ୩ ଗିରଫ, ଲକ୍ଷାଧିକ ଟଙ୍କାର ହୀରା ଗହଣା ଜବତ

Published By : Prameya-News7 Bureau | June 18, 2024 IST

ସୋର ୧୮।୬: ଦିଲ୍ଲୀରୁ ଚୋରି ବାଲେଶ୍ବରରୁ ବନ୍ଧାହେଲେ ତିନି ଅଭିଯୁକ୍ତ । ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ଉଦ୍ଧାର ହୋଇଛି l ଦିଲ୍ଲୀର ଫରେଷ୍ଟ କଲୋନୀରେ ରହୁଥିବା ଜଣେ ପ୍ରତିଷ୍ଠିତ ସାମ୍ବାଦିକ ସିର୍ଦ୍ଧାରତ ଶଙ୍କର ମହାନ୍ତି ଘରୁ କୋଟିଏ ଟଙ୍କାର ହୀରା ସୁନା ଗହଣା ଗତ ମେ’ ମାସ ୨୯ ତାରିଖରେ ଚୋରି ଅଭିଯୋଗରେ ସୋର ଅଞ୍ଚଳର ତିନି ଯୁବକଙ୍କୁ ସୋର ଓ ଦିଲ୍ଲୀ ପୋଲିସ ମିଳିତ ଚଢ଼ାଉ କରି ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷ ଟଙ୍କାର ହୀରା ସୁନା ଗହଣା ପୋଲିସ ଜବତ କରିଛି l 

ଗତ କିଛି ଦିନ ତଳେ ଦିଲ୍ଲୀ ଫରେଷ୍ଟ କଲୋନୀର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ସିର୍ଦ୍ଧାରତ ଶଙ୍କର ମହାନ୍ତିଙ୍କ ଘରେ ଘରୋଇ କାର୍ଯ୍ୟ କରିବା ପାଇଁ ସୋର ଥାନା ବୁଡେଇ ଅଞ୍ଚଳର ମଦନ ଦାସ ରହୁଥିଲେ l ଗତ କିଛି ଦିନ ତଳେ ମଦନ ଓ ତାର ଜଣେ ସହଯୋଗୀ ରଘୁନାଥ ପୁର ଅଞ୍ଚଳର ପ୍ରଫୁଲ୍ଲ ଦାସ ମିଳିତ ଭାବରେ ଦିଲ୍ଲୀର ସେହି ସାମ୍ବାଦିକଙ୍କ ଘରୁ କୋଟିଏ ଟଙ୍କାର ସୁନା ଓ ହୀରା ଗହଣା ଚୋରି କରି ଫେରାର ହୋଇଯାଇଥିଲେ l ଦିଲ୍ଲୀ ପୋଲିସ ଓ ସୋର ପୋଲିସ ମିଳିତ ଭାବେ ଚଢ଼ାଉ କରି ଚାରିଦିନ ଧରି ସୋର ଅଞ୍ଚଳରେ ସ୍ଥାନୀୟ ପୋଲିସ ସହାୟତାରେ ତଦନ୍ତ କରି ତିନି ଯୁବକଙ୍କୁ ଗିରଫ କରି ଦିଲ୍ଲୀ ପୋଲିସ ନେଇଯାଇଛି l ଜବତ ଟଙ୍କା ଓ ଗହଣା ଦିଲ୍ଲୀ ପୋଲିସ ନେଇଯାଇଛି  l

You Can Read :

ଜନବସତି ମୁହାଁ ଗଜରାଜ, ଅନ୍ଧାରୁଆ ଦାସପୁର ନିକଟରେ ବୁଲୁଛି ହାତୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.