ମୃତ ଝିଅକୁ ନ୍ୟାୟ ଦେବାକୁ ଦାବି, ଥାନା ବାରଣ୍ଡାରେ କାନ୍ଦି କାନ୍ଦି ଗଡୁଛି ମା’

Published By : Prameya-News7 Bureau | June 15, 2024 IST

ସୋର ୧୫।୬:  ମୃତ ଝିଅର ଅଭିଯୁକ୍ତ ଗିରଫ ଓ ସେହି ମାମଲାରେ ଦଲାଲି କରୁଥିବା ଦଲାଲ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିରେ ଥାନା ବାରଣ୍ଡାରେ କାନ୍ଦି କାନ୍ଦି ଗଡ଼ିଲା ମା’ l ଝିଅ ମୃତ୍ୟୁକୁ ୨୩ ଦିନ ବିତିଲା, ନ୍ୟାୟ ମିଳୁନି । ଥାନାରେ ଅଭିଯୋଗ କରିଛନ୍ତି ମୃତ ଝିଅର ମା’ ଓ ତାଙ୍କ ପରିବାର l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ବାରଣ୍ଡାରେ l ଗତ ୨୪ ତାରିଖ ଦିନ ତଳେ ସୋର ଥାନା ମଙ୍ଗଳପୁର ଗୋପୀନାଥପୁର ଗ୍ରାମର ଗଣେଶ ଗୋଚ୍ଛାୟତଙ୍କ ସ୍ତ୍ରୀ ଲଳିତା ଗୋଚ୍ଛାୟତ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା l 

ସୂଚନାଯୋଗ୍ୟ ଯେ, ଗଣେଶ ୨୦୧୮ ମସିହାରେ ଅସୀମିଳା ଗ୍ରାମର ଗଣେଶ ମୁଦୁଲିଙ୍କ ଝିଅ ଲଳିତାକୁ ବୈଦିକ ରୀତିରେ ବିବାହ କରିଥିଲେ l ଲଳିତା ଓ ଗଣେଶଙ୍କରଏକ ମାତ୍ର ଝିଅ ଜନ୍ମ ନେଇଥିଲା l ସେମାନେ ହସ ଖୁସିରେ ପରିବାର ଚଳାଉଥିଲେ l ଗଣେଶ ଦିନରେ କାମକୁ ଯାଉଥିବା ବେଳେ ତାଙ୍କ ମା’ ଜଙ୍ଗଲକୁ କାଠ ଆଣିବା ପାଇଁ ଚାଲିଯାଏ l ଘଟଣା ଦିନ ହଠାତ ସନ୍ଧ୍ୟାରେ ଲଳିତା ଘରେ ଝୁଲୁଥିବାର ଦେଖି ସମସ୍ତେ ବ୍ୟସ୍ତ ହୋଇ ପଡି ଥାନାକୁ ଖବର ଦେଇଥିଲେ l ମୃତ ଲଳିତl ନିକଟରୁ ଏକ ମୋବାଇଲ ପୋଲିସ ଜବତ କରିଥିଲା l ଏହି ଘଟଣାରେ ଗଣେଶର ପଡୋଶୀର ସମ୍ପୃକ୍ତି ଥିବା ଲଳିତା ବାପଘରୁ ଅଭିଯୋଗ ହୋଇଥିଲା l ପୋଲିସ ପଡୋଶୀକୁ ଅଟକ ରଖିଥିଲା l ଘଟଣାର ସମାଧାନ ପାଇଁ ମଙ୍ଗଳପୁର ଅଞ୍ଚଳର ଜଣେ ଦଲାଲ ଚାପ ପକାଇବାରୁ ଘଟଣା ସୋର ଥାନା ପରିସରରେ ଭିନ୍ନ ମୋଡ଼ ନେଇଥିଲା l ଅସୀମିଳା ଅଞ୍ଚଳର ମୃତ ଲଳିତାଙ୍କ ମା’ ଶାନ୍ତିଲତା ଓ ବାପା କମଳାକାନ୍ତ ମୁଦୁଲିଙ୍କୁ ଥାନା ଆଗରେ ଦେଖିବାକୁ ମିଳିଥିଲା । ସମ୍ପୃକ୍ତ ଦଲାଲ ପୋଲିସ ଉପରେ ଚାପ ପକାଇ ଘଟଣାକୁ ଚାପି ଦେଉଛି ପୋଲିସ ନ୍ୟାୟ ଦେଉ ନାହିଁ ଅଭିଯୋଗ କରି ଥାନା ବାରଣ୍ଡାରେ କାନ୍ଦି କାନ୍ଦି ଗଡି ଯାଉଥିଲେ ଶାନ୍ତିଲତା ।

You Can Read :

ହାତୀ ଘଉଡାଇବା ବେଳେ ଆକ୍ରମଣ, ହାତୀ ହାବୁଡରେ ପଡି ଜଣେ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.