ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ, ବଗପାଟିଆ ଅଞ୍ଚଳରେ ଲୋକଙ୍କ ସହ ଆଲୋଚନା

Published By : Prameya-News7 Bureau | October 25, 2024 IST

ରାଜନଗର ୨୫।୧୦: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଓଡିଶା ଉପକୂଳ ସ୍ପର୍ଶ କରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିଛି । ଯାହା ସୂଚନା ରହିଛି ବାତ୍ୟା ରାଜନଗରର ହବେଳୀଖଟିରେ ସ୍ଥଳଭାଗ ଛୁଇଁଛି । ଏହା ଫଳରେ କିଛି ସ୍ଥାନରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କି.ମି. ରହିଥିଲା । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି ।

କେନ୍ଦ୍ରାପଡାରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖୁଛନ୍ତି ଉପମୁଖ୍ୟମନ୍ତ୍ରୀ । ବଗପାଟିଆ ଅଞ୍ଚଳରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ ସହ କେ.ଭି. ସିଂଦେଓ ଆଲୋଚନା କରୁଛନ୍ତି । 


କନକ ବର୍ଦ୍ଧନ ସିଂଦେଓ କହିଥିଲେ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ରାଜକନିକା ବ୍ଲକରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ । ତେବେ ବାତ୍ୟା ପରେ ତୁରନ୍ତ ରାସ୍ତାଘାଟ ଅବରୋଧ ମୁକ୍ତ କରିବା ଏବଂ ବିଦ୍ୟୁତ ସେବା ପୁନଃ ସଂସ୍ଥାପନ କରିବାକୁ ପ୍ରଶାସନ ପ୍ରାଥମିକତା ଦେଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି l ତେବେ ବାତ୍ୟା ପରିସ୍ଥିତି ସୁଧୁରିବା ପରେ ଚାଷଙ୍କ କ୍ଷୟକ୍ଷତି ଆକଳନ କରାଯିବ । 

You Can Read:

ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ, କହିଲେ ପ୍ରଭାବିତ ଜିଲ୍ଲାକୁ ଅଧିକ ଫୋକସ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.