ଅଚାନକ ପାକ୍ସରେ ପହଞ୍ଚିଗଲେ ଉପ ମୁଖ୍ୟମନ୍ତ୍ରୀ, ମିଲର୍ସ କଟନୀ ଛଟନୀ କଲେ ଲାଇସେନ୍ସ ରଦ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

Published By : Prameya-News7 Bureau | December 25, 2024 IST

ବଲାଙ୍ଗିର ୨୫।୧୨: ପାକ୍ସକୁ ସରପ୍ରାଇଜ ଭିଜିଟ୍ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ପାକ୍ସରେ ହେଉଥିଲା କଟନୀ ଛଟନୀ । ଅଧିକାରୀ ଓ ପାକ୍ସ ସେକ୍ରେଟାରୀଙ୍କ ସହ ସିଏସଓଙ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ଚାଷୀଙ୍କ ଧାନ କଟନୀ ଛଟନୀ କରିବା ସହ ଧାନ ବସ୍ତାକୁ ନେଇ ହଇରାଣ କରୁଥିଲେ । ଏନେଇ ଖବର ପାଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏଭଳି ଖବର ବଲାଙ୍ଗିର ସଦେଇପାଲି ପାକ୍ସରୁ ଆସିବା ପରେ ଅଚାନକ ସରପ୍ରାଇଜ ଭିଜିଟରେ ପହଞ୍ଚି ଥିଲେ । ସେଠାରେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚାଷୀଙ୍କ ଅଭିଯୋଗ ଥିଲା ପ୍ରତି କ୍ବିଣ୍ଟାଲରେ ୫ କେଜିରୁ ଅଧିକ କଟାଯାଉଛି । ଏହାସହ ଅଖା ବସ୍ତାକୁ ନେଇ ଅଭିଯୋଗ କରିଥିଲେ । ଏନେଇ ୨ ଘଣ୍ଟା ସମୟ ଧରି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଅଧିକାରୀଙ୍କ ମଧ୍ୟରେ ତାଳମେଳ ନଥିବା, ଅଧିକାରୀ ପାକ୍ସ ପରିଦର୍ଶନ ନ କରିବା, ଚାଷୀ ଅଭିଯୋଗ କଲେ ନ ଶୁଣିବା ଭଳି ଅଭିଯୋଗ ସବୁକୁ ନେଇ ତାଗିତ କରିବା ସହ କହିଥିଲେ ଆରାମ ନକରି କାମ କରନ୍ତୁ । ନକଲେ ଘରର ବିଦ୍ୟୁତ ମଧ୍ୟ କଟିବ । ଏନେଇ ମିଲର୍ସଙ୍କୁ ମଧ୍ୟ ଡକାଇ ତାଗିଦ କରିଥିଲେ । ମିଲର୍ସ କଟନୀ ଛଟନୀ କଲେ ତାଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିବାକୁ ଦେଇଥିଲେ ନିର୍ଦ୍ଦେଶ । 

You Can Read:

କମିଶନରେଟ୍ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ବନ୍ଧୁକ ମାଫିଆ, ବନ୍ଧାହେଲେ ଗ୍ୟାଙ୍ଗ୍‌ର ୫ ସଦସ୍ୟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.