NTRଙ୍କ ସବୁଠୁ ବଡ ଓପନିଂ ଫିଲ୍ମ ‘ଦେବରା’, ୱାର୍ଲ୍ଡ ୱାଇଡ୍ କଲେକସନ୍ କଲା ୧୪୫ କୋଟି

Published By : Prameya-News7 Bureau | September 29, 2024 IST

ମୁମ୍ଵାଇ ୨୯।୦୯: ଗତ ଶୁକ୍ରବାର  ବଡ଼ ପରଦାରେ ମୁକ୍ତିଲାଭ  କରିଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା:  ଭାଗ-୧’ । ପ୍ରଥମ ଦିନ ଏହା ସବୁ   ଭାଷାରେ ୮୨.୫ କୋଟି କଲେକ୍ସନ୍‌ କରିଛି । ଏହା ଜରିଆରେ ବକ୍ସ  ଅଫିସ୍‌ରେ ଏ ବର୍ଷର ୨ୟ ସର୍ବାଧିକ  ଆୟ କରିଥିବା ଫିଲ୍ମର ଟାଇଟଲ୍‌  ହାତେଇଛି । ଏହା କେବଳ ଏ ବର୍ଷର  ଇଣ୍ଡିଆନ୍‌ ଓପନର୍‌ ତାଲିକାର ଶୀର୍ଷରେ  ଥିବା ‘କଲ୍‌କି ୨୮୯୮ ଏଡି’ର ପଛରେ  ଅଛି । ପ୍ରଭାସ ଷ୍ଟାରର୍‌ ‘କଲ୍‌କି’ ପ୍ରଥମ ଦିନ  ବିଶ୍ୱ ବକ୍ସ ଅଫିସ୍‌ରେ ୧୭୭ କୋଟି ଏବଂ ଭାରତରେ  ନେଟ୍‌ ୧୧୪ କୋଟି କଲେକ୍ସନ୍‌  କରିଥିଲା । ‘

ଆର୍‌ଆର୍‌ଆର୍‌’,  ‘ବାହୁବଲୀ-୨’, ‘କଲ୍‌କି  ୨୮୯୮ ଏଡି’, ‘ସାଲାର:  ଭାଗ-୧’ ଓ ‘କେଜିଏଫ୍‌:  ଭାଗ ୨’ ପରେ ରିଲିଜ୍‌ର  ପ୍ରଥମ ଦିନ ‘ଦେବରା’  ଭାରତର ୬ଷ୍ଠ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି ।  ଗତ ୬ ବର୍ଷରେ ପ୍ରଥମ ଥର ବଡ଼ ପରଦାରେ ଏକାକୀ  ନାଟକର ମୁଖ୍ୟ ନାୟକ ଭାବେ ନଜର ଆସିଛନ୍ତି ଏନ୍‌ଟିଆର୍‌ ।  ଫିଲ୍ମ ‘ଆର୍‌ଆର୍‌ଆର୍‌’ ବିଶ୍ୱ ବକ୍ସ ଅଫିସ୍‌ରେ ସଫଳ  ହେବା ପରେ ଏହା ତାଙ୍କର ୨ୟ ଫିଲ୍ମ । ୨ୟ ଦିନ ସନ୍ଧ୍ୟା  ସୁଦ୍ଧା ଫିଲ୍ମଟି ୨୪.୫୪ କୋଟି କଲେକ୍ସନ୍‌ କରିଥିଲା ।   ଏଥିସହିତ ଏହାର ମୋଟ୍‌ କଲେକ୍ସନ୍‌ ୧୦୭.୦୪ କୋଟି   ଟପିଛି । 

ପ୍ରଥମ ଦିନ ଫିଲ୍ମର ତେଲୁଗୁ ସଂସ୍କରଣ ୭୩.୨୫  କୋଟି ବ୍ୟବସାୟ କରିଥିଲା । ହିନ୍ଦୀରେ ୭.୫ କୋଟି ଏବଂ  କନ୍ନଡ଼ ଓ ମାଲାୟାଲମ୍‌ରେ ଯଥାକ୍ରମେ ୩୫ ଲକ୍ଷ ଓ ୪୦  ଲକ୍ଷ କଲେକ୍ସନ୍‌ କରିଥିଲା । ଭାରତରେ ପ୍ରଥମ ଦିନ ଫିଲ୍ମର  ନେଟ୍‌ କଲେକ୍ସନ୍‌ ୮୨.୫ କୋଟି ହୋଇଥିବାବେଳେ ମୋଟ୍‌  କଲେକ୍ସନ୍‌ ୯୮ କୋଟି ଟପିଥିଲା । ଫିଲ୍ମଟି ବିଦେଶରେ  ପ୍ରଥମ ଦିନ ୪୭ କୋଟି ଆୟ କରିଥିଲା । ଏଥିସହିତ  ବିଶ୍ୱସ୍ତରରେ ପ୍ରଥମ ଦିନ ଏହାର ମୋଟ୍‌ କଲେକ୍ସନ୍‌ ୧୪୫  କୋଟି ଟପିଥିଲା । କୋରତଲା ଶିବଙ୍କ ନିର୍ଦ୍ଦେଶିତ ଏହି   ଆକ୍ସନ୍‌-ଡ୍ରାମାରେ ମୁଖ୍ୟ ଭୂମିକାରେ   ଅଭିନୟ କରିଛନ୍ତି ଜୁନିୟର  ଏନ୍‌ଟିଆର୍‌, ଜାହ୍ନବୀ କପୁର ।   ଖଳନାୟକ ଭୈରବ  ଭୂମିକାରେ ନଜର  ଆସିଛନ୍ତି ସୈଫ   ଅଲି ଖାନ୍‌ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.