ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳା। ଏହାକୁ ମାନବ ଜାତିର ସବୁଠୁ ବଡ଼ ସାଂସ୍କୃତିକ ସମାଗମ ବୋଲି ମଧ୍ୟ ବିଶ୍ବାସ କରାଯାଏ। କେବଳ ଯେ ଏହା ଆଧ୍ୟାତ୍ମିକ ମହତ୍ବ ରଖିଥାଏ, ତାହା ନୁହେଁ ବରଂ ଏହାର ଆର୍ଥିକ ପ୍ରଭାବ ମଧ୍ୟ ଅସାଧାରଣ। ତେଣୁ ୨୦୨୫ର ମହାକୁମ୍ଭରୁ ୪ ଲକ୍ଷ କୋଟି ଟଙ୍କାର ଅଧିକ ବ୍ୟବସାୟ ହେବାର ଅନୁମାନ ରହିଛି । ଯାହା ଭାରତର ଅର୍ଥବ୍ୟବସ୍ଥାକୁ ବଡ଼ ଆକାରରେ ଯୋଗଦାନ ଦେବ।
୪୦ କୋଟି ଶ୍ରଦ୍ଧାଳୁ ହେବା ନେଇ ଅନୁମାନ
ଉତ୍ତର ପ୍ରଦେଶ ସରକାରଙ୍କ ଅନୁମାନ ଅନୁଯାୟୀ, ଏହି ଆୟୋଜନରେ ୪୦ କୋଟି ଟଙ୍କାରୁ ଅଧିକ ଶ୍ରଦ୍ଧାଳୁ ଅନ୍ତର୍ଜାତୀ ଆସିବେ। ଏମିତିରେ ଯଦି ପ୍ରତ୍ୟେକ ବ୍ୟକ୍ତି ହାରାହାରି ୫ ହଜାରରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ସମୁଦାୟ ଖର୍ଚ୍ଚ ୪.୫ ଲକ୍ଷ କୋଟି ଟଙ୍କା ପହଞ୍ଚିପାରେ। ଏଥିରେ ଘର ଭଡ଼ା, ପରିବହନ, ଖାଦ୍ୟପେୟ, ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରକୁ ଫାଇଦା ହେବ।
ମହାକୁମ୍ଭରୁ ଜିଡିପି ତଥ୍ୟରେ ୧%ରୁ ଅଧିକର ବୃଦ୍ଧି ହେବା ନେଇ ଅନୁମାନ ରହିଛି। ୨୦୨୩-୨୪ରେ ଭାରତର ଜିଡିପି ୨୯୫.୩୬ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା ୨୦୨୪-୨୫ରେ ୩୨୪.୧୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ିବା ଆଶା ରହିଛି। ଏହି ବୃଦ୍ଧିରେ ମହାକୁମ୍ଭର ମହତ୍ବପୂର୍ଣ୍ଣ ଯୋଗଦାନ ରହିବ।