LIVE TV

ଜାପାନରେ ଭାଙ୍ଗିଲା ୩୦ ବର୍ଷର ରେକର୍ଡ, ୨.୮%କୁ ପହଞ୍ଚିଲା ସୁଧହାର

NEWS7
dgp-yb-khurania-review-maoist-situation-at-boudh

ନୂଆଦିଲ୍ଲୀ ୨୦।୧୧: ଜାପାନ ପ୍ରାୟ ୩୦ ବର୍ଷ ପରେ ସୁଧହାର ବଢାଇ ସାରା ବିଶ୍ୱକୁ ଚମକାଇ ଦେଇଛି। ଦେଶର ଋଣଭାର ବଢି ୨.୮% ହୋଇଯାଇଛି। ଏଣୁ ଦୀର୍ଘ ଦଶନ୍ଧୀରୁ ନିବେଶକଙ୍କୁ ଲାଭ ଦେଇ ଆସୁଥିବା ‘ୟେନ କ୍ୟାରି ଟ୍ରେଡ୍’ଏବେ ସଂକଟରେ ପଡି ଯାଇଛି। ଇନଭେଷ୍ଟମେଣ୍ଟ ବ୍ୟାଙ୍କର ସାର୍ଥକ ଆହୁଜା ଏହାକୁ ବଡ଼ ଧରଣର ‘ବିପର୍ଯ୍ୟୟ’ ବୋଲି କହିଛନ୍ତି। ପୂର୍ବରୁ ଜାପାନର ସୁଧହାର ୦% ରହୁଥିଲା। ଏଣୁ ବଡ଼ ବଡ଼ ସଂସ୍ଥା ଶସ୍ତା ୟେନ ଋଣ ନେଇ ଆମେରିକା ଓ ଭାରତ ଭଳି ବଜାରରୁ ୪-୮% ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇ ପାରୁଥିଲେ। ଏଥିରେ ସୁଧହାର ଲାଗିବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ଯଦି ସୁଧହାର ୩% ପାର କରେ ତେବେ ଜାପାନର ଋଣ (ଜିଡିପିର ୨.୫ଗୁଣା)କୁ ସମ୍ଭାଳିବା କଷ୍ଟକର ହୋଇ ପଡିବ। ଏଣୁ ସଂଶୋଧନରେ ବିଚଳିତ ନିବେଶକ ଏବେ ସେମାନଙ୍କ ଆସେଟ୍ ବିକ୍ରି କରି ଜାପାନର ଋଣ ସୁଝିବାକୁ ଉଦ୍ୟମ କରିପାରନ୍ତି, ଯାହାର ପ୍ରଭାବ ବୈଶ୍ୱିକ ସେୟାର ମାର୍କେଟରେ ଦେଖା ଯାଇ ପାରେ। ୨୫ ବର୍ଷରେ ପ୍ରଥମ ଥର ଜାପାନରେ ମୁଦ୍ରାସ୍ପିତି ୨.୫% ଉପରକୁ ପହଞ୍ଚିଛି। ତେବେ ବାସ୍ତବ ସୁଧରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ମୂଲ୍ୟକୁ ନିୟନ୍ତ୍ରିତ ରଖିବାକୁ ବ୍ୟାଙ୍କ ଅଫ ଜାପାନ ସୁଧହାର ବଢାଇବାକୁ ଏବେ ବାଧ୍ୟ।

ଗତ ଅଗଷ୍ଟରେ ଜାପାନ ସୁଧହାରରେ ୦.୨୫% ବୃଦ୍ଧି କରିଥିଲା। ଏଣୁ ନିକେଇରେ ୧୨% ପର୍ଯ୍ୟନ୍ତ ହ୍ରାସ ଦେଖା ଯାଇଥିଲା। ତେବେ ଜାପାନ ସୁଧହାର ବୃଦ୍ଧି କରିବା ଭାରତକୁ ମଧ୍ୟ ପ୍ରଭାବିତ କରିବ। ଭାରତରେ ଶସ୍ତା ପୁଞ୍ଜି ଉପଲବ୍ଧତା ହ୍ରାସ ହେବ। ଜାପାନୀ ନିବେଶକ ସେମାନଙ୍କ ନିବେଶକୁ ଜାପାନ ଫେରସ୍ତ ନେଇ ଯାଇ ପାରନ୍ତି। ଭାରତୀୟ ସେୟାର ଓ ବଣ୍ଡ ବଜାରରେ ଜାପାନ ନିବେଶର ବେଗ ଧିମେଇ ଯାଇ ପାରେ। ଏହା ଛଡା କ୍ୟାରି ଟ୍ରେଡର ଲାଭ ହ୍ରାସ ହେଲେ ଗ୍ଲୋବାଲ ଫଣ୍ଡ ଫ୍ଲୋ ପ୍ରଭାବିତ ହେବା ନିଶ୍ଟିତ।

ଏଣୁ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ସାର୍ଥକ ଆହୁଜା ବର୍ତ୍ତମାନ ସମୟରେ ରିସ୍କରେ ବାଜି ଲଗାନ୍ତୁ ନାହିଁ ବୋଲି ନିବେଶକଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପରିପ୍ରେକ୍ଷିରେ ପୁଞ୍ଜିର ସୁରକ୍ଷା ନିତ୍ୟାନ୍ତ ଜରୁରି। ନଚେତ ଆପଣ ପାଣ୍ଠି ଶୁନ୍ୟ ହୋଇ ଯାଇ ପାରନ୍ତି।