Live Live
LIVE

ଡାକ ବିଭାଗର ନୂଆ ଫିଚର୍ସ: ୨୪ ଘଣ୍ଟାରେ ଗ୍ୟାରେଣ୍ଟି ସହ ହେବ ପାର୍ସଲ ଡେଲିଭରି

NEWS7
dharmasala-mla-himanshu-sahu-respond-to-bjd-mla-pramila-mallik-statement

ନୂଆଦିଲ୍ଲୀ: ଆଉ ଲାଗିବନି ଅଧିକ ଦିନ। ମାତ୍ର ୨୪ ଘଣ୍ଟାରେ ହୋଇଯିବ ପାର୍ସଲ ଡେଲିଭରି। ତାହାବି ପୁଣି କମ୍ ଦାମରେ। ଭାରତୀୟ ଡାକ ବିଭାଗ ଆଣିଛି ଏହି ନୂଆ ଫିଚର। ଏଣିକି ଇଣ୍ଡିଆ ପୋଷ୍ଟରେ ଜରୁରୀ ଡକ୍ୟୁମେଣ୍ଟ କିମ୍ବା ପାର୍ସଲ ୨୪ ଘଣ୍ଟାରେ ପଠାଇହେବ। ମଙ୍ଗଳବାର ଭାରତୀୟ ଡାକ ବିଭାଗ ଏହି ନୂଆ ସେବାର ଆରମ୍ଭ କରିଛି। ବଡ଼ କଥା ହେଲା ଏହି ସର୍ଭିସରେ ଡାକ ବିଭାଗରୁ ଆପଣଙ୍କୁ ଲିଖିତ ଗ୍ୟାରେଣ୍ଟି ମିଳିବ। ଯଦି ନିର୍ଦ୍ଧାରିତ ସମୟରେ ଡେଲିଭରି ନହୁଏ, ତେବେ ‘ମନି ବ୍ୟାକ୍ ଗ୍ୟାରେଣ୍ଟି’ ଅନୁସାରେ ଆପଣଙ୍କୁ ପୂରା ଟଙ୍କା ଫେରସ୍ତ ହୋଇଯିବ।

ଡାକ ବିଭାଗର ୩ ନୂଆ ସେବା

  • ୨୪ ସ୍ପିଡ୍ ପୋଷ୍ଟ: ଏଥିରେ ଆପଣଙ୍କୁ ଜରୁରୀ ଡକ୍ୟୁମେଣ୍ଟ ବୁକିଂର ଠିକ ପରଦିନ ହିଁ ପହଞ୍ଚିଯିବ।
  • ୨୪ ସ୍ପିଡ୍ ପୋଷ୍ଟ ପାର୍ସଲ: ଏହା ଓଜନିଆ ସାମଗ୍ରୀ କିମ୍ବା ବକ୍ସ ପାଇଁ। ଏହାକୁ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ପହଞ୍ଚାଇଦିଆଯିବ।
  • ୪୮ ସ୍ପିଡ୍ ପୋଷ୍ଟ: ଏଥିରେ ଆପଣଙ୍କ ପାର୍ସଲକୁ ପହଞ୍ଚାଇବା ପାଇଁ ୨ଦିନ ବା ୪୮ ଘଣ୍ଟାର ସମୟ ଲାଗିବ। ଏହା କିଛିଟା ଶସ୍ତା ହୋଇପାରେ।

ଦିଲ୍ଲୀ- ମୁମ୍ବାଇ ସମେତ ୬ ସହରରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ

ଡାକ ବିଭାଗ ଏହି ସର୍ଭିସକୁ ବର୍ତ୍ତମାନ ଦେଶର ୬ ପ୍ରମୁଖ ମେଟ୍ରୋ ସହରେ ଆରମ୍ଭ କରିଛି। ଏଥିରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ସାମିଲ ରହିଛି। ଏସବୁ ସହରରେ ଡେଲିଭରି ଟାଇମଲାଇନକୁ ପୂରା କରିବା ପାଇଁ ବିଭାଗ ଅଲଗା ଭାବେ ପ୍ରୋସେସିଂ ୟୁନିଟ୍ ତିଆରି କରାଯାଇଛି। ପାର୍ସଲ ପଠାଇବା ପାଇଁ ଉଡ଼ାଜାହାଜର ବ୍ୟବହାର ହେବ।

ଓଟିପି ବିନା ମିଳିବନି ପାର୍ସଲ, ୪ ଖାସ୍ ଫିଚର୍ସ

ଡାକ ବିଭାଗ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ମଧ୍ୟ ଅନେକ ଅପଗ୍ରେଡ କରିଛି

  • OTP ଆଧାରିତ ଡେଲିଭରି: ଏବେ ପୋଷ୍ଟମ୍ୟାନକୁ ଓଟିପି ଦେଲା ପରେ ଆପଣଙ୍କ ପାର୍ସଲ ଡେଲିଭରୀ ପାଇପାରିବେ। ଏହାଦ୍ବାର ପାର୍ସଲ ଭୁଲ ହାତରେ ପଡ଼ିବାର ଆଶଙ୍କାକୁ ଦୂର ହୋଇଥାଏ।
  • ରିଅଲ୍ଟାଇମ୍ ଟ୍ରାକିଂ: ଏଣିକି ଆପଣ ମୋବାଇଲରେ ଲାଇଭ୍ ଆପଣଙ୍କ ପାର୍ସଲ ଟ୍ରାକ କରିପାରିବେ। ବୁକିଂ ଠାରୁ ଡେଲିଭରି ପର୍ଯ୍ୟନ୍ତ ସବୁ ତଥ୍ୟ ମେସେଜ ମାଧ୍ୟମରେ ଜାଣିପାରିବେ।
  • ମାଗଣା ପିକଅପ୍: ଯଦି ଏକାଥରକେ ଏକାଧିକ ପାର୍ସଲ ବା ବଲ୍କ ବୁକିଂ କରୁଛନ୍ତି। ତେବେ ଡାକ ବିଭାଗ ଆପଣଙ୍କ ଘରୁ କିମ୍ବା ଅଫିସ୍ରୁ ମାଗଣାରେ ପାର୍ସଲ ରିସିଭ କରିବ
  • BNPL ସୁବିଧା: କର୍ପୋରେଟ ଏବଂ ବିଜନେସ ଗ୍ରାହକଙ୍କ ପାଇଁ ‘ବାଏ ନାଓ ପେ ଲେଟର’ (ଏବେ ପଠାନ୍ତୁ, ପରେ ଟଙ୍କା ଦିଅନ୍ତୁ) ସୁବିଧା ମଧ୍ୟ ଆଣିଛି।

Also Read: UPI in Sri Lanka: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଏବେ ଶ୍ରୀଲଙ୍କାରେ କରି ହେବ ୟୁପିଆଇ ପେମେଣ୍ଟ

ଭାରତୀୟ ଇ-କମର୍ସ ବଜାର ୩୦ ଲକ୍ଷ କୋଟି ଟଙ୍କାର ହେବ

ଦିଲ୍ଲୀର ଅଲ୍ ଇଣ୍ଡିଆ ରେଡିଓ ଭବନରୁ ଏହି ସେବା ଆରମ୍ଭ କରି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଏହା ଇଣ୍ଡିଆ ପୋଷ୍ଟ ପାଇଁ ପରିବର୍ତ୍ତନର ସମୟ। ସେ କହିଛନ୍ତି ଭାରତର ଇ-କମର୍ସ ବଜାର ବର୍ତ୍ତମାନ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାର ଏବଂ ୨୦୩୦ ସୁଦ୍ଧା ଏହା ତିନିଗୁଣ ବୃଦ୍ଧି ପାଇ ୩୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ନେଇ ଆଶା କରାଯାଉଛି। ତେଣୁ ଡାକ ବିଭାଗ ଏହି ବୃଦ୍ଧି ପାଉଥିବା ବଜାରରେ ନିଜର ଅଂଶକୁ ସୁଦୃଢ଼ କରିବାକୁ ଚାହୁଁଛି। ଡାକ ବିଭାଗ ଏବେ ଆଧୁନିକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ।

ବ୍ୟବସାୟ ପାଇଁ ‘ବାଏ ନାଓ ପେ ଲେଟର’ ସୁବିଧା

କ୍ଷୁଦ୍ର ଏବଂ ବଡ଼ ବ୍ୟବସାୟକୁ ଆକର୍ଷିତ କରିବା ପାଇଁ ବିଭାଗ ଅନେକ ଖାସ ଫିଚର୍ସ ଆଣିଛି। ବଲ୍କ ଅର୍ଡର ପାଇଁ ମାଗଣା ପିକଅପ୍ ସୁବିଧା ମିଳିବ। ବ୍ୟବସାୟ ପାଇଁ କେନ୍ଦ୍ରୀକୃତ ବିଲିଂ ଏବଂ API ସମନ୍ୱୟ ଭଳି ବିକଳ୍ପ ଉପଲବ୍ଧ। ଏହା କମ୍ପାନିଗୁଡ଼ିକୁ ସେମାନଙ୍କର ପାର୍ସଲଗୁଡ଼ିକୁ ଟ୍ରାକ୍ ଏବଂ ପରିଚାଳନା କରିବା ପାଇଁ ଡାକ ବିଭାଗର ସିଷ୍ଟମ ସହିତ ସିଧାସଳଖ ସଂଯୋଗ କରିବାକୁ ଅନୁମତି ଦିଏ।