ବ୍ରହ୍ମପୁର ଧୀର ସାମଲ ହତ୍ୟା ମାମଲା, ୧୪ ବର୍ଷ ପରେ ନ୍ୟାୟ ପାଇଲେ ମୃତକଙ୍କ ପରିବାର

Published By : Prameya-News7 Bureau | December 09, 2024 IST

ବ୍ରହ୍ମପୁର ୯/୧୨: ବ୍ରହ୍ମପୁର ବଡବଜାର ଥାନା ଶ୍ରୀରାମନଗର ଧୀର ସାମଲ ହତ୍ୟା ଘଟଣାର ରାୟ ପ୍ରକାଶ । ୫ ଦୋଷୀ କାଳିଆ ସେଠୀ, କୃଷ୍ଣ ପାତ୍ର, ସନିଆ ରାଉତ, ସଂଜୟ ପ୍ରଧାନ ଓ ପିଙ୍କୁ ପ୍ରଧାନଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଓ ଦୌରା ଜଜ୍‌ । ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିଥିବା କହିଛନ୍ତି ପରିବାର ଲୋକ । ଦୀର୍ଘ ୧୪ ବର୍ଷ ତଳର ଘଟଣା । ୨୦୧୦ ଜୁଲାଇ ମାସ ୨୨ ତାରିଖ । ଏକ ଚା ଦୋକାନରେ ଚା ପିଉଥିବାବେଳେ  ଧୀରଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ୨୪ ଜଣ ସାକ୍ଷୀଙ୍କ ବୟାନ, ପ୍ରମାଣକୁ ଭିତ୍ତି କରି ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଓ ଦୌରା ଜଜ୍‌ । ତେବେ  ୩ ଜଣ ରିଙ୍କୁ ପାତ୍ର, ମଙ୍ଗୁଳୁ ବେହେରା ଓ ସନ୍ତୋଷ ପାତ୍ରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.