'ମେଗା'-'ମିନି' ନିଲାମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ ? ରିଟେନସ ଠାରୁ ଟ୍ରେଡ୍‌ ଓ୍ବିଣ୍ଡୋ ଯାଏଁ ରହିଥାଏ ଏହି ଫରକ୍‌…

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ ୦୯।୧୦: ଆଇପିଏଲ୍ ୨୦୨୫ । ମେଗା ନିଲାମ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଏଥିପାଇଁ ଖୁବ୍‌ ଉତ୍ସାହିତ କ୍ରିକେଟପ୍ରେମୀ । ମେଗା ନିଲାମରେ ହେବ ଅନେକ ବଡ ପରିବର୍ତ୍ତନ ।  ଯେଉଁଥିରେ ରିଟେନସର ନୂଆ ନିୟମ ଆଉ କିଛି ପୁରୁଣା ରୋମାଞ୍ଚକ ନିୟମ ମଧ୍ୟ ସାମିଲ ରହିଛି । ଏହାସହିତ ଅନେକ ବଡ ବଡ ପ୍ଲେୟର ନିଲାମରେ ଏଣ୍ଟ୍ରି କରିବାର ସମ୍ଭାବନା ମେଗା ଅକ୍ସନକୁ କରିବ ସ୍ବତନ୍ତ୍ର । କିନ୍ତୁ ମେଗା ନିଲାମ ସହିତ ହୋଇଥାଏ ମିନି ନିଲାମ । ଏବେ ପ୍ରଶ୍ନ ଆସୁଛି ଏହି ମିନି ନିଲାମ କାହିଁକି ହୁଏ ? ଉଭୟଙ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ଆସନ୍ତୁ ଜାଣିବା ସେ ବିଷୟରେ… 

ମେଗା ନିଲାମରେ ଟିମ୍‌କୁ ରାଇଟ୍ ଟୁ ମ୍ୟାଚ୍ ବା ଆରଟିଏମ୍ କାର୍ଡ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ଯାହା ସାହାଯ୍ୟରେ ନିଲାମୀରେ ରିଲିଜ୍ କରାଯାଇଥିବା ପ୍ଲେୟରଙ୍କୁ ସବୁଠାରୁ ଉଚ୍ଚା ବୋଲି ଲଗାଇ ପ୍ଲେୟରଙ୍କୁ ନିଜ ଟିମ୍‌କୁ ଆଣିପାରିବେ ଫ୍ରାଞ୍ଚାଇଜ୍‌ । କିନ୍ତୁ ମିନି ନିଲାମରେ ସେପରି କୌଣସି ବିକଳ୍ପ ନଥାଏ । କେବଳ ମେଗା ନିଲାମ ସମୟରେ ଆରଟିଏମ୍ କାର୍ଡ ଉପଲବ୍ଧ ହୋଇଥାଏ । କିନ୍ତୁ ଆଗାମୀ ବର୍ଷ ପାଇଁ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଯାହା ଏହାକୁ କରିବ ଅଧିକ ରୋମାଞ୍ଚକର । 

ମେଗା ଏବଂ ମିନି ନିଲାମରେ ରିଟେନସ ନିୟମରେ ରହିଥାଏ ବଡ ପାର୍ଥକ୍ୟ । ମେଗା ଅକ୍ସନରେ ଟିମ୍‌ ଗୁଡିକ ସର୍ବାଧିକ ୬ ଖେଳାଳିଙ୍କୁ ରିଟେନ କରିବାକୁ ଅନୁମତି ରହିଛି । ଯେଉଁଥିରେ ୫ + ୧ ନୀତି ଲାଗୁ ହୋଇଛି । ଅର୍ଥାତ୍‌ ଟିମ୍‌ ଗୁଡିକ ନିଜ ପାଖରେ ୫ଟି କ୍ୟାପଡ୍‌ ଏବଂ ଜଣେ ଅନ୍‌କ୍ୟାପ ପ୍ଲେୟର ରଖିପାରିବେ । ଯେତେବେଳେ କି ମିନି ନିଲାମରେ ରିଟେନ୍‌ ପ୍ଲେୟରଙ୍କ ଉପରେ କୌଣସି ନିର୍ଦ୍ଦିଷ୍ଟ ସୀମା ରହିନଥାଏ । କିନ୍ତୁ କମ୍ ସ୍ଲଟ୍ କାରଣରୁ ଖେଳାଳିମାନେ ଅଧିକ ମୂଲ୍ୟରେ ବିକ୍ରି ହୋଇଥାନ୍ତି । 

ମେଗା ଏବଂ ମିନି ନିଲାମ ମଧ୍ୟରେ ସବୁଠାରୁ ବଡ ପାର୍ଥକ୍ୟ ହେଉଛି ଟ୍ରେଡ୍‌ ୱିଣ୍ଡୋ । ମେଗା ନିଲାମ ୨୦୨୫ ପାଇଁ ଏକ ଟ୍ରେଡ୍‌ ୱିଣ୍ଡୋ ବିଷୟରେ ଗୁଜବ ଥିଲା, କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ । କେବଳ ମିନି ନିଲାମ ସମୟରେ ଟ୍ରେଡ୍‌ ଓ୍ବିଣ୍ଡୋ ଉପଲବ୍ଧ ରହିଥାଏ । ଏହି ୱିଣ୍ଡୋ ଆଇପିଏଲ୍ ସିଜିନ ଶେଷ ହେବାର ଏକ ମାସ ପରେ ଖୋଲିଥାଏ । ଆଉ ମିନି ନିଲାମ ଆରମ୍ଭର ଏକ ସପ୍ତାହ ପୂର୍ବ ପର୍ଯ୍ୟନ୍ତ ଚାଲିଥାଏ । ଏହା ପୁଣି ଥରେ ନିଲାମୀ ପରେ ଖୋଲିଥାଏ ଏବଂ ନୂଆ ସିଜିନ ଆରମ୍ଭର ଏକ ମାସ ପୂର୍ବରୁ ବନ୍ଦ ହୋଇଥାଏ । ଅନ୍ୟପକ୍ଷରେ ମେଗା ନିଲାମ ସମୟରେ ଟ୍ରେଡ୍‌ ୱିଣ୍ଡୋ ପାଇଁ କୌଣସି ବ୍ୟବସ୍ଥା ନଥାଏ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.