ଭୁବନେଶ୍ବର ୧୮।୬: ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ । ରାୟଗଡା କାଶୀପୁରରେ ବୁଧବାର ଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟିକା । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବୁଧବାର ଠାରୁ ଡିପଥେରିଆ ବୁଷ୍ଟର ଡୋଜ ଟିକା ଦିଆଯିବ । ୧ ବର୍ଷ ବୟସ ଭିତରେ ଶିଶୁଙ୍କୁ ପେଣ୍ଟା ଡୋଜ୍ ଦିଆଯିବ । ୫ ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ ଦିଆଯିବ । ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ । ଏବେ ଗାଡଲାଇନ ଅନୁସାରେ ସଂକ୍ରମଣ ଅଞ୍ଚଳରେ ସର୍ଭେଲେନ୍ସ ଚାଲିଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ଆଗକୁ ସର୍ଭେଲାନ୍ସ ହେବ ବୋଲି ଡାକ୍ତର ସଂଯୁକ୍ତା ସାହୁ କହିଛନ୍ତି ।
You Can Read :
ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ