ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ : ଅଧିବାସ ପୂଜା ନୀତି ନକରାଇ ଦେବା ଯୋଗୁଁ ଦିନକ ପାଇଁ ମନ୍ଦିରରେ ନୀତି ବନ୍ଦ

Published By : Prameya-News7 Bureau | December 07, 2024 IST

ଭୁବନେଶ୍ବର ୭।୧୨: ପୁଣି ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ପୂଜା ଚାଲିଛି କିନ୍ତୁ ନୀତି ବନ୍ଦ । ବାବା ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ପୂଜା ହୋଇନାହିଁ । ବଡୁ ସେବାୟତଙ୍କ ପାଇଁ ଏଭଳି ସ୍ଥିତି ଉପୁଜୁଥିବା ପୂଜା ପଣ୍ଡା କହିଛନ୍ତି । ଅଧିବାସ ପୂଜା ନୀତି ନ କରାଇ ଦେବା ଯୋଗୁଁ ଆଜି ଦିନକ ପାଇଁ ମନ୍ଦିରରେ ନୀତି ବନ୍ଦ ରହିଛି । ମନ୍ଦିର ନିର୍ମାଣ ହେବା ଠାରୁ ଅଧିବାସ ପୂଜା ଚାଲିଛି କିନ୍ତୁ ବଡୁ ସେବାୟତ କହୁଛନ୍ତି ଏ ବିଧି ନାହିଁ । ଏପରିକି ୨୦୧୦ରୁ ଅଫିସିଆଲ୍ ଓ୍ବେବସାଇଟ୍‌ରେ ମଧ୍ୟ ପୂଜାର ନୀତି ବାବଦରେ ଲେଖାରହିଛି । କିନ୍ତୁ ବଡୁ ସେବାୟତ ଅଯଥା ଯୁକ୍ତି କରି ନୀତି ବନ୍ଦ କରିଥିବା ପୂଜା ପଣ୍ଡା କହିଛନ୍ତି । 

ପୂର୍ବରୁ ପଇତା ଲାଗି ନୀତିକୁ ନେଇ ଏବେବି ଥାନାରେ କେସ୍ ଚାଲିଥିବା ବେଳେ ପୁନର୍ବାର ଆଉ ଏକ ସମସ୍ୟା ଦେଖାଦେଇଛି ।  ତେବେ ଜଗନ୍ନାଥ ମନ୍ଦିର ପରି ଲିଙ୍ଗରାଜ ମନ୍ଦିରର ଏକ ସ୍ବତନ୍ତ୍ର ଆକ୍ଟ ହେବା ଦରକାର । ନୀତିକାନ୍ତିର ସମ୍ପୂର୍ଣ୍ଣ ଲେଖା ରହିବା ଦରକାର ବୋଲି ପୂଜାପଣ୍ଡା କହିଛନ୍ତି । ଅନ୍ୟପଟେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ପାଇଁ ଆସିଛନ୍ତି । ଦର୍ଶନ କରି ପୂଜା କରୁଛନ୍ତି । ଭଗବାନଙ୍କ ନୀତିକାନ୍ତି ବନ୍ଦ କରିବା କାହାର ଅଧିକାର ନାହିଁ ବୋଲି ମତ ରଖିଛନ୍ତି । 


You Can Read:

ଚଣ୍ଡିଖୋଲ କୋର୍ଟର ପ୍ରତିଷ୍ଠା ଦିବସ : ଯୋଗଦେଲେ ହାଇକୋର୍ଟର ମୁଖ୍ୟ ବିଚାରପତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.