ଭଦ୍ରକ ୨୪।୧: ରାତି ଅଧରେ ଧାନ ମଣ୍ଡିରେ ଅଚାନକ ପହଞ୍ଚି ଗଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଚାଷୀଙ୍କ ଫସଲ ବ୍ୟବସ୍ଥିତ ଭାବେ ରହିଛି କି ନାହିଁ ଓ ସ୍ଥିତି ପରଖିବା ପାଇଁ ଜିଲ୍ଲାପାଳ ପହଞ୍ଚିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଭଗବାନପୁର ସେବା ସମବାୟ ସମିତି ଧାନ କ୍ରୟ କେନ୍ଦ୍ରକୁ ରାତି ଅଧରେ ଅଚାନକ ପରିଦର୍ଶନ କରି ଧାନ କିଣାରେ କଟନି ଛଟନି ନେଇ ସତ ମିଛ ପରୀକ୍ଷା କଲେ । ଗ୍ରାଉଣ୍ଡ ଜିରୋରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଅକସ୍ମାତ ମଣ୍ଡିରେ ପହଞ୍ଚି ଚାଷୀଙ୍କ ସହ କଥା ହେବା ପରେ ଆଉ କିଛି ଚାଷୀଙ୍କୁ ଭେଟି ପଚାରି ବୁଝି ଅବଗତ ହେଲେ । ସେମାନେ ବିନା କଟନି ଛଟନିରେ ଧାନ ବିକିଛନ୍ତି ବୋଲି ଜିଲ୍ଲାପାଳଙ୍କୁ କହିଥିବା ସୂଚନା ମିଳିଛି । ଖରାପ ଧାନକୁ ଘରୁ ସଫା କରି ମଣ୍ଡିକୁ ଆଣିଛନ୍ତି ଏବଂ ସରକାରୀ ଦରରେ ବିକିଛନ୍ତି ବୋଲି କହିଛନ୍ତି । ରାତି ଅଧରେ ଜିଲ୍ଲାପାଳଙ୍କ ଏହି ଭଳି ଅଚାନକ ମଣ୍ଡି ବୁଲିବା ନିଶ୍ଚିତ ଭାବେ ଚାଷୀଙ୍କ ପାଇଁ ଫଳପ୍ରଦ ହେବ ।
You Can Read: