ଭିଜିଲାନ୍ସ ଜାଲରେ ଡାକ୍ତର ଓ ଫାର୍ମାସିଷ୍ଟ, ବିଲ କରାଇଦେବାକୁ କହି ନେଉଥିଲେ ଲାଞ୍ଚ

Published By : Prameya-News7 Bureau | November 08, 2024 IST

ଜୟପୁର ୦୮/୧୧: ଭିଜିଲାନ୍ସ ଜାଲରେ ଡାକ୍ତର ବିଶ୍ୱଜିତ ଭୂୟାଁ। ଦରମା ବିଲ କରାଇଦେବାକୁ ଜଣେ କର୍ମଚାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ। ଡାକ୍ତର ଜଣଙ୍କ ବୈପାରୀଗୁଡା ଡାକ୍ତରଖାନାରେ କାର୍ଯ୍ୟରତ । ଅଧିକ ପଚରାଉଚରା ପାଇଁ ଜୟପୁର ଆଣୁଛି ଭିଜିଲାନ୍ସ।

ସୂଚନା ଥାଉକି, ଦରମା ବିଲ କରାଇଦେବାକୁ ଜଣେ କର୍ମଚାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର ଜଣଙ୍କ । ଏହି ସମୟରେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ । ସେହିଭଳି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ର ଫାର୍ମାସିଷ୍ଟ ଉତ୍ତମ ମହାକୁଡ । ଡାକ୍ତର ଭୂୟାଁଙ୍କ ୩ଟି ସ୍ଥାନରେ ଏବଂ ଫାର୍ମାସିଷ୍ଟଙ୍କ ଘରେ ଚଢାଉ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.