ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାନ ଟଙ୍କା ଗଣତି, ଦଇତାପତି ସେବାୟତ ଉପସ୍ଥିତ

Published By : Prameya-News7 Bureau | August 16, 2024 IST

ପୁରୀ ୧୬ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାନ ଟଙ୍କା ଗଣତି । ଦଇତାପତି ସେବାୟତଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଗଣତି କରିଛନ୍ତି ଦାନ ଟଙ୍କା । ମହାପ୍ରଭୁଙ୍କର ଘୋଷଯାତ୍ରା ସମୟରେ ଦାନବାକ୍ସରେ ପଡିଥିବା ଦାନ ଟଙ୍କା ଗଣତି କରାଯାଇଛି । ତେବେ ଏହି ଦାନ ଅର୍ଥରେ ଦଇତା ନିଯୋଗର ଅଂଶ ରହିଥିବାରୁ ବରିଷ୍ଠ ଦଇତା ସେବକ ବିନାୟକ ଦାସମହାପାତ୍ରଙ୍କ ଉପସ୍ଥିତରେ ଗଣତି କରାଯାଇଛି । ଏହି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଡିପୋଜିଟ୍ ହେବା ପରେ ଦଇତା ନିଯୋଗକୁ ତାଙ୍କ ଅଂଶ ଆସିବ ବୋଲି ବରିଷ୍ଠ ଦଇତାପତି ସେବାୟତ ବିଶ୍ଵାବସୁ ବିନାୟକ ଦାସମହାପାତ୍ର କହିଛନ୍ତି ।

You Can Read:

ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆସିବା ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଯାଞ୍ଚ : ଜିଲ୍ଲାପାଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.