ଦକ୍ଷିଣାଞ୍ଚଳ ଡିଆଇଜି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ନେଲେ ଦାୟିତ୍ୱ, କହିଲେ- ‘ନକ୍ସଲ ଦମନ ଓ ଅପରାଧ ନିୟନ୍ତ୍ରଣ ରହିବ ଚ୍ୟାଲେଞ୍ଜ’

Published By : Prameya-News7 Bureau | October 01, 2024 IST

ବ୍ରହ୍ମପୁର ୧।୧୦: ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ସାର୍ଥକ ଷଡ଼ଙ୍ଗୀ । ନକ୍ସଲ ଦମନ ଓ ଅପରାଧୀ ନିୟନ୍ତ୍ରଣ ପାଇଁ ରହିବ ଚ୍ୟାଲେଞ୍ଜ । ବୌଦ୍ଧ-କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ନକ୍ସଲ କାର୍ଯ୍ୟକଳାପ ସକ୍ରିୟ ରହିଛି । ନକ୍ସଲ ସଂଗଠନରେ ନୂଆ ସଦସ୍ୟ ଆସୁଛନ୍ତି । କଡା ନଜର ରଖିଛୁ । ନକ୍ସଲ ଦମନ ପାଇଁ ସମସ୍ତ ପ୍ରକାର ଚେଷ୍ଟା ଅବ୍ୟାହତ ରହିବ । ଦକ୍ଷିଣାଞ୍ଚଳ ରେଞ୍ଜ ଏସ୍‌ପି ମାନଙ୍କ ସହ ବୈଠକ କରି ନକ୍ସଲ ଓ ଅପରାଧୀ ନିୟନ୍ତ୍ରଣ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । 

ଡିଆଇଜି ଭାବେ ଗୁରୁ ଦାୟିତ୍ୱ ମିଳିଛି, ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବି ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ଡାକ୍ତର ସାର୍ଥକ ଷଡ଼ଙ୍ଗୀ । ପୂର୍ବରୁ ବ୍ରହ୍ମପୁର ଏସ୍‌ପି ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଏବେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ବହୁତ ଖୁସି ଲାଗୁଛି ବୋଲି ଡିଆଇଜି କହିଛନ୍ତି । 


You Can Read:

ଖୁବ୍‌ଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା : ସ୍ବାସ୍ଥ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.