LIVE TV

ପୁଣେ ଜମି ଦୁର୍ନୀତି ମାମଲା : ଉପ ମୁଖ୍ୟମନ୍ତ୍ରୀଙ୍କ ପୁଅ ନିର୍ଦ୍ଦୋଷ, ତଦନ୍ତ ରିପୋର୍ଟରେ ନାହିଁ ନାଁ !

NEWS7
driver-detained-in-samablpur-murder-case

ମୁମ୍ବାଇ, ୧୯|୧୧: ମହାରାଷ୍ଟ୍ରରେ ୩୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ସାମ୍ନାକୁ ଆସିଛି ବଡ ସତ । ଘଟଣା ପାଇଁ ଦାୟୀ କରାଯାଉଥିବା ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ପୁତ୍ର ପାର୍ଥ ପାଓ୍ୱାରଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି । ଆହୁରି ମଧ୍ୟ ତଦନ୍ତ ରିପୋର୍ଟରେ ପାର୍ଥଙ୍କ ନାଁ ନଥିବା ସୂଚନା ମିଳିଛି ।

ସୂଚନାନୁସାରେ, ପୁଣେରେ ଅନେକ ସରକାରୀ ଜମିକୁ ବେସରକାରୀ ଅନୁଷ୍ଠାନକୁ ବିକ୍ରି କରାଯାଇଥିଲା । ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ ଥିଲା । ଏଥିପାଇଁ ଷ୍ଟାମ୍ପ୍ ଡ୍ୟୁଟିରେ ରିହାତି ପ୍ରଦାନ ହୋଇଥିଲା । ଏସବୁ ପଛରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ପୁତ୍ର ପାର୍ଥ ପାଓ୍ୱାରଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ରାଜ୍ୟ ରାଜନୀତି ଜୋର ଧରିଥିଲା । ଫଳରେ ଦେବେନ୍ଦ୍ର ଫଡଣାବୀସଙ୍କ ସରକାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରିଥିଲେ । କମିଟି ସ୍ଥାନୀୟ ସବରେଜିଷ୍ଟାର୍ ରବୀନ୍ଦ୍ର ତାରୁଙ୍କ ସମେତ ୩ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି । ଅନ୍ୟ ଦିଗରେ ସରକାର ଜମି କିଣିଥିବା କମ୍ପାନୀକୁ ୪୨ କୋଟିର ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିବା ପାଇଁ ନୋଟିସ ପଠାଇଛନ୍ତି ।

ରିପୋର୍ଟରେ କୁହାଯାଇଛି, ପାର୍ଥ ପାଓ୍ୱାରଙ୍କ ନାଁ କୌଣସି ଦସ୍ତାବିଜରେ ନାହିଁ । ତେଣୁ ତାଙ୍କୁ ଦୋଷୀ କୁହାଯାଇପାରିବ ନାହିଁ । ସେଲ୍ ଡିଡରେ ପାର୍ଥଙ୍କ ନାଁ ମିଳିନଥିଲା । ଯେଉଁ ତିନି ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି ସେମାନେ ସିଧାସଳଖ ଭାବେ ଜମି ଦୁର୍ନୀତିରେ ସାମିଲ ଥିଲେ ।

ଅନ୍ୟ ଅଭିଯୁକ୍ତମାନେ ହେଲେ ଦିଗବିଜୟ ପାଟିଲ ଯିଏ କି ପାର୍ଥଙ୍କ ସମ୍ପର୍କୀୟ ଏବଂ ସହଯୋଗୀ ଶୀଟଲ ତେଜବାନୀ । ଉଭୟଙ୍କ ନାଁ ପୋଲିସ ଦ୍ୱାରା ପୂର୍ବରୁ ଦାଖଲ ହୋଇଥିବା ଏଫଆଇଆରରେ ଉଲ୍ଲେଖ ରହିଥିଲା ।