ଭାରତ ଓ ଶ୍ରୀଲଙ୍କା ନୌସେନାର ମିଳିତ କାର୍ଯ୍ୟାନୁଷ୍ଠାନରେ ୨ ଡଙ୍ଗା ସହ ୫୦୦ କେଜି ଡ୍ରଗ୍ସ ଜବତ, ୯ ଗିରଫ

Published By : Prameya-News7 Bureau | November 29, 2024 IST

କୋଚ୍ଚି ୨୯।୧୧: ଭାରତୀୟ ନୌସେନା ଶ୍ରୀଲଙ୍କ ନୌସେନା ସହିତ ଏକ ମିଳିତ କାର୍ଯ୍ୟାନୁଷ୍ଠାନରେ ଆରବ ସାଗରରୁ ୫୦୦ କେଜି ଡ୍ରଗସ୍ ଜବତ କରିଛନ୍ତି। ଜବତ ହୋଇଥିବା ଡ୍ରଗସ୍ କ୍ରିଷ୍ଟଲ ମେଥ ବୋଲି ଜଣାପଡିଛି, ଯାହାକୁ ୨ଟି ନୌକାରୁ ଉଦ୍ଧାର କରାଯାଇଛି। ଉଭୟ ନୌକାକୁ ଜବତ କରାଯିବା ସହ ସେଥିରେ ଥିବା ଲୋକ ଓ ଡ୍ରଗସ୍ କୁ ଶ୍ରୀଲଙ୍କା ନୌସେନାକୁ ହସ୍ତାନ୍ତର କରିଦିଆଯାଇଛି। ଶ୍ରୀଲଙ୍କା ନୌସେନା ମାମଲାରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କରିବ। 

ଅଧିକାରୀଙ୍କ ସୂଚନା ଅନୁସାରେ ଭାରତୀୟ ନୌସେନାର ପାଟ୍ରୋଲିଂ ବିମାନ ଓ ଡ୍ରୋନ ଦ୍ୱାରା ଶ୍ରୀଲଙ୍କା ନୌସେନାର ସୂଚନା ଆଧାରରେ ଦୁଇ ନୌକାକୁ ରୋକା ଯାଇଥିଲା। ଏହି ନୌକା ଦୁଇଟିର ତଲାସୀ ନିଆଯିବା ବେଳେ ସେଥିରୁ ବିପୁଳ ପରିମାଣରେ ଡ୍ରଗସ୍ ମିଳିଥିଲା। ଭାରତୀୟ ନୌସେନା ଶୁକ୍ରବାର କହିଛି ଯେ ଉଭୟ ନୌକା, ଚାଳକଦଳ ଓ ଜବତ ନିଶା ସାମଗ୍ରୀକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶ୍ରୀଲଙ୍କା ନୌସେନାକୁ ହସ୍ତାନ୍ତର କରିଦିଆଯାଇଛି। 

ଶ୍ରୀଲଙ୍କା ନୌସେନା ସହିତ ମିଳିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଭାରତୀୟ ନୌସେନା କହିଛି ଯେ ଏହି ଅଭିଯାନ ଦୁଇ ଦେଶ ଓ ନୌସେନା ମଧ୍ୟରେ ବିକଶିତ ହେଉଥିବା ଗଭୀର ସମ୍ପର୍କକୁ ପୁଷ୍ଟି କରୁଛି। ଏହା କ୍ଷେତ୍ରିୟ ସାମୁଦ୍ରିକ ଚ୍ୟାଲେଞ୍ଜର ମୁକାବିଲା ତଥା ହୀନ୍ଦ ମହାସାଗର କ୍ଷେତ୍ରରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉଭୟ ନୌସେନାର ମିଳିତ ସଂକଳ୍ପର ପ୍ରତୀକ ମଧ୍ୟ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.