ଶୁଖିଲା ନଡିଆ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ, ଜାଣନ୍ତୁ ଏଥିରୁ ମିଳେ କେଉଁ ଭିଟାମିନ୍‌

Published By : Prameya-News7 Bureau | November 21, 2024 IST

ନୂଆଦିଲ୍ଲୀ ୨୧।୧୧: ସମସ୍ତଙ୍କ ଘରେ ମିଳିଯାଇଥାଏ ନଡିଆ । ଓଡିଶାର ଘରେ ଘରେ ଏହା ପରିଚିତ । ଶାକାହାରୀ ଖାଦ୍ୟ ରାନ୍ଧିବାକୁ ହେଲେ ପ୍ରଥମେ ଆବଶ୍ୟକ ପଡିଥାଏ ନଡିଆ । ଏହା ପୂଜାପାଠ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟରେ ବ୍ୟବହାର ହୋଇଥାଏ ଶୁଖିଲା ନଡିଆ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । 

ଏଥିରେ ଭିଟାମିନ୍ ବି 6, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, କପର, ଫସଫରସ୍, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର ଖାଦ୍ୟ ଶୁଖିଲା ନଡ଼ିଆରେ ପ୍ରଚୁର ପରିମାଣରେ ମିଳିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଶୁଖିଲା ନଡ଼ିଆର ପ୍ରଭାବ ଗରମ ହୋଇଥାଏ । ଶୀତଦିନେ ଏହାକୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ । 

ଶୁଖିଲା ନଡ଼ିଆରେ ଆଇରନ ଭରପୂର ମାତ୍ରାରେ ରହିଥାଏ, ଯାହା ରକ୍ତରେ ହେମୋଗ୍ଲୋବିନର ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ଫେନୋଲିକ୍ କମ୍ପାଉଣ୍ଡ ରହିଥାଏ । ଯାହା କୋଷଗୁଡ଼ିକୁ ଅକ୍ସିଡେଟିଭ୍ ଡ୍ୟାମେଜରୁ ରୋକିଥାଏ । 

ଏହାବ୍ୟତୀତ ଶୁଖିଲା ନଡିଆ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଶୁଖିଲା ନଡ଼ିଆ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଏବଂ ଫୁଲା କମିଥାଏ । ଏହା ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.