ରାଜ୍ୟର ୫ ଅଳଙ୍କାର ଦୋକାନରେ ବିକ୍ରି ହେଉଥିଲା ନକଲି ସୁନା, ୪ ଦୋକାନର ଲାଇସେନ୍ସ ବାତିଲ

Published By : Prameya-News7 Bureau | December 11, 2024 IST

ଭୁବନେଶ୍ବର ୧୧।୧୨: ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ରାଜ୍ୟର ୫ ଅଳଙ୍କାର ଦୋକାନରେ ବିକ୍ରି ହେଉଥିଲା ନକଲି ସୁନା । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ନକଲି ହଲମାର୍କ ପାଇଁ ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୁଚିଣ୍ଡା କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଏବଂ ଚାନ୍ଦି, ସମ୍ବଲପୁରର ଅଳଙ୍କାର ଜୁଏଲର୍ସ ଏବଂ ବରଗଡ଼ର ରାଧାକାନ୍ତ ଜୁଏଲରର ଲାଇସେନ୍ସ ବାତିଲ କରାଯାଇଛି ।

୨୦୨୨-୨୩ରେ ମାପକରେ ତ୍ରୁଟି ଯୋଗୁ ୬ଟି ମାମଲା ରୁଜୁ କରାଯାଇ ୨୩୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ୨୦୨୩-୨୪ରେ ୬ଟି ମାମଲା ରୁଜୁ କରାଯାଇ ୧ ଲକ୍ଷ ୫୫ ହଜାର ଜରିମାନା ଆଦାୟ ହୋଇଛି । ୨୦୨୪-୨୫ରେ ନଭେମ୍ବର ସୁଦ୍ଧା ୪ଟି ମାମଲା ସହ ୪୮ ହଜାର ଜରିମାନା ଆଦାୟ ହୋଇଛି ।

You Can Read:

ଗତ ସରକାରଙ୍କ ଆଳୁ ମିଶନ ଫେଲ୍ ମାରିଛି, ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍ କରୁଛି

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.