Dipu Das case: ବାଂଲାଦେଶ ଦୂତାବାସ ସମ୍ମୁଖରେ ହିନ୍ଦୁ ସଂଗଠନର ତୀବ୍ର ଆନ୍ଦୋଳନ: ଭାଙ୍ଗିଲା ବ୍ୟାରିକେଡ୍, ସେପଟେ ରାଷ୍ଟ୍ରଦୂତଙ୍କୁ ଢାକାର ସମନ

NEWS7
durga-puja-celebration-in-binika-subarnapur-district

ନୂଆଦିଲ୍ଲୀ, Dipu Das case: ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାଶଙ୍କୁ ମୁସ୍ଲିମ ମୌଳବାଦୀ ଭିଡ଼ର ନିର୍ମମ ହତ୍ୟା ଘଟଣାରେ ଭାରତରେ ଆନ୍ଦୋଳନ ତେଜିଛି। ନୂଆଦିଲ୍ଲୀରେ ଥିବା ବାଂଲାଦେଶ ଦୂତାବାସ ସମ୍ମୁଖରେ ଶୁକ୍ରବାର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଅନ୍ୟ ହିନ୍ଦୁ ସଂଗଠନ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯାଇଛି।

ଗତ ସପ୍ତାହରେ ଦୀପୁ ଚନ୍ଦ୍ର ଦାସଙ୍କୁ ଧର୍ମ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ନିର୍ମମ ହତ୍ୟା କରାଯାଇଥିଲା। ମୁସ୍ଲିମ ମୌଳବାଦୀ ଭିଡ଼ ଏକାଠି ହୋଇ ପଶୁ ଭଳି ଆକ୍ରମଣ କରିଥିଲେ। ତାଙ୍କୁ ପିଟିପିଟି ହତ୍ୟା କରିବା ପରେ ନଙ୍ଗଳା କରି ଗଛରେ ଟାଙ୍ଗି ଦେଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ଘଟଣା ସମ୍ପର୍କରେ ଆଉ ଏକ କଥା ସାମ୍ନାକୁ ଆସିଥିଲା। ଦୀପୁ ଯେଉଁ ଫ୍ୟାକ୍ଟ୍ରିରେ କାମ କରୁଥିଲେ ସେହି ଫ୍ୟାକ୍ଟ୍ରି ମାଲିକ ତାଙ୍କୁ ଭିଡ଼କୁ ହସ୍ତାନ୍ତର କରିଦେଇଥିଲେ ବୋଲି କୁହାଯାଉଛି।

ଏହି ଘଟଣାରେ ମଙ୍ଗଳବାର ନୂଆ ଦିଲ୍ଲୀର ବାଂଲାଦେଶ ଦୂତାବାସ ସମ୍ମୁଖରେ ହିନ୍ଦୁ ସଂଗଠନ ଆନ୍ଦୋଳନ କରିବାରୁ ବାଂଲାଦେଶ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏ ନେଇ ୟୁନୁସ ସରକାରଙ୍କ ପକ୍ଷରୁ ବାଂଲାଦେଶରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପ୍ରଣୟ ବର୍ମାଙ୍କୁ ସମନ କରାଯାଇଛି।

ବାଂଲାଦେଶ ଦୂତାବାସ ସମ୍ମୁଖରେ ଆନ୍ଦୋଳନ ହେବା ଅନୁମାନ କରି ପୂର୍ବରୁ ହିଁ ଦୂତାବାସର ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ଏହି ଅଞ୍ଚଳକୁ ତିନୋଟି ସ୍ତରର ବ୍ୟାରିକେଡ୍ ଲଗାଇ ସୁଦୃଢ଼ କରାଯାଇଥିଲା ଏବଂ ଅତିରିକ୍ତ ୧୫,୦୦୦ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥିଲା।

ଏତେ ସୁରକ୍ଷା ଭିତରେ ବି ଶତାଧିକ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସକୁ ସଂଘର୍ଷ କରିବାକୁ ପଡ଼ିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ବାଂଲାଦେଶ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ବ୍ୟାନର ଏବଂ ପ୍ଲାକାର୍ଡ ପ୍ରଦର୍ଶନ କରି ଘଟଣାକୁ ତୀବ୍ର ବିରୋଧ କରିଥିଲେ। ପ୍ଲାକାର୍ଡରେ ଲେଖାଥିଲା "ହିନ୍ଦୁ ରକ୍ତ କି ଏକ ବୁନ୍ଦ କା ହିସାବ ଚାହିୟେ (ହିନ୍ଦୁଙ୍କ ରକ୍ତର ପ୍ରତ୍ୟେକ ବୁନ୍ଦାର ହିସାବ ଦେବାକୁ ପଡିବ)।" ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉ। ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

ପ୍ରଦର୍ଶନକାରୀଙ୍କୁ ଆଗକୁ ବଢ଼ିବାରୁ ରୋକିବା ପାଇଁ ଡିଟିସି ବସ୍ ଗୁଡ଼ିକୁ ଅଟକାଇ ଦିଆଯାଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, କର୍ମଚାରୀମାନେ ହାଇ କମିଶନରୁ ପ୍ରାୟ ୮୦୦ ମିଟର ଦୂରରୁ ପ୍ରଦର୍ଶନକାରୀଙ୍କୁ ଅଟକାଇବାରେ ସଫଳ ହୋଇଥିଲେ।

ଡିସେମ୍ବର ୧୮ ତାରିଖରେ ବାଂଲାଦେଶରେ ଏଭଳି ଘଟଣା ଘଟିଥିଲା। ୨୫ ବର୍ଷୀୟ ଦୀପୁ ଦାସ ଏକ ପୋଷାକ କାରଖାନାରେ ସୁପରଭାଇଜର ଭାବରେ କାମ କରୁଥିଲେ। ଧର୍ମ ବିରୋଧୀ ମନ୍ତବ୍ୟ ଅଭିଯୋଗ ଲଗାଇ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ଏହା ପରେ କମ୍ପାନୀମାଲିକ ଦୀପୁଙ୍କୁ ଦଙ୍ଗାକାରୀଙ୍କୁ ହସ୍ତାନ୍ତର କରିଥିଲେ। ତା'ପରେ ତାଙ୍କୁ ନିର୍ମମ ଭାବରେ ପିଟିପିଟି ହତ୍ୟା କରିବା ପରେ ନରହନ୍ତମାନେ ମୃତଦେହକୁ ଢାକା-ମୈମନସିଂ ରାଜପଥରେ ଝୁଲାଇ ଦେଇଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ବାଂଲାଦେଶ ପୁଲିସ ୧୨ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଭାରତରେ ହେଉଥିବା ବିକ୍ଷୋଭକୁ ବାଂଲାଦେଶ ବିରୋଧ କରି କହିଛିବାଂଲାଦେଶ କୂଟନୈତିକ ପ୍ରତିଷ୍ଠାନ ବିରୁଦ୍ଧରେ ଏପରି ଯୋଜନାବଦ୍ଧ ହିଂସା କିମ୍ବା ଭୟଭୀତ କରିବାର କାର୍ଯ୍ୟକୁ ନିନ୍ଦା କରେ। ଏହା କେବଳ କୂଟନୈତିକ କର୍ମଚାରୀଙ୍କ ସୁରକ୍ଷାକୁ ବିପଦରେ ପକାଇଥାଏ ତାହା ନୁହେଁ, ବରଂ ପାରସ୍ପରିକ ସମ୍ମାନ ଏବଂ ଶାନ୍ତି ଏବଂ ସହନଶୀଳତାର ମୂଲ୍ୟବୋଧକୁ ମଧ୍ୟ ଦୁର୍ବଳ କରିଥାଏ।” ନୂଆଦିଲ୍ଲୀରେ ଥିବା ବାଂଲାଦେଶ ରାଷ୍ଟ୍ରଦୂତଙ୍କର ସୁରକ୍ଷା ସୁନିଶ୍ଚିତ କରିବାକୁ ୟୁନୁସ ସରକାର ଭାରତୀୟ ଦୂତାବାସକୁ ସମନ କରିଛନ୍ତି। ଅନ୍ୟପଟେ କୋଲକାତାରେ ମଧ୍ୟ ବାଂଲାଦେଶ ବିରୋଧୀ ଆନ୍ଦୋଲନ ତେଜିଛି। ତେଣୁ ଢାକାରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।