ଏଲଭିଶ୍-ଫାଜିଲପୁରିଆ ବିରୋଧରେ EDର ବଡ ଆକ୍ସନ, ୟୁପି-ହରିୟାଣାର ସମ୍ପତ୍ତି ଜବତ

Published By : Prameya-News7 Bureau | September 27, 2024 IST

ମୁମ୍ଵାଇ ୨୭।୦୯: ବିଗ୍‌ ବସ୍‌ ଓଟିଟି ୱିନର ଏଲଭିଶ ଯାଦବ। ବର୍ତ୍ତମାନ ସେ ପୁଣି ଅଡ଼ୁଆ । ଏଲଭିଶ ଏବଂ ଗାୟକ ଫାଜିଲପୁରିଆଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବର୍ତ୍ତମାନ ସେମାନଙ୍କ ୟୁପି-ହରିୟାଣାର ସମ୍ପତ୍ତିକୁ ଜବତ କରିଛି।

ଇଡି ଏଲଭିଶ ଯାଦବ ଏବଂ ଗାୟକ ଫାଜିଲପୁରିଆଙ୍କ ବିବୃତ୍ତି ରେକର୍ଡ କରିସାରିଛନ୍ତି । ଦୀର୍ଘ ସମୟ ଧରି ଉଭୟଙ୍କୁ ପଚରାଉଚରା ମଧ୍ୟ କରାଯାଇଛି। ଏହା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ଇଡି । ଉତ୍ତର ପ୍ରଦେଶର ପୋଲିସ ଦ୍ଵାରା ଏଲଭିଶ ଏବଂ ତାଙ୍କ ସହ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଏବଂ ଚାର୍ଜସିଟ ଦାଖଲ ହେବା ପରେ କେନ୍ଦ୍ରୀୟ ଏଜେନ୍ସି ଏହି ମାମଲା ପଞ୍ଜୀକୃତ କରିଥିଲା ।  PMLA ଅଧୀନରେ ମାମଲା ଦାୟର କରିଥିଲା। ହରିୟାଣାର ଗାୟକ ରାହୁଲ ଯାଦବ ଛଦ୍ମନାମ ଫାଜିଲପୁରିଆଙ୍କ ସହ ଏଲଭିଶ୍‌ଙ୍କ ସହ ସମ୍ପର୍କ ଅଛି।  ତାଙ୍କୁ ଏହି ମାମଲାରେ ଇଡି ମଧ୍ୟ ପଚରାଉଚରା କରିଥିଲେ। ଏବେ ଦୁହିଁଙ୍କ ସମ୍ପତ୍ତି ଜବତ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.