ଭୁବନେଶ୍ବର ୩୧/୭: ମହାନଦୀ ଉପର ମୁଣ୍ଡରେ କମୁଛି ଜଳସ୍ତର । ହୀରାକୁଦର ୨ଟି ଗେଟ୍ ବନ୍ଦ କରାଯାଇଛି । ଆଗକୁ ସ୍ଥିତି ଦେଖି ଗେଟ୍ ଅଧିକ ଗେଟ୍ ବନ୍ଦ କରାଯିବ । ରାଜ୍ୟରେ ଏବେ ବନ୍ୟା ସ୍ଥିତି ନଥିବା ସ୍ପଷ୍ଟ କରିଛନ୍ତି ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସେ କହିଛନ୍ତି ବର୍ତ୍ତମାନ ୧ଲକ୍ଷ ୭୦ ହଜାର କ୍ୟସେକ ଜଳ ଇନ୍-ଫ୍ଲୋ ଥିବାବେଳେ ୩ ଲକ୍ଷ ୩୦ ହଜାର କ୍ୟୁସେକ୍ ଜଳ ଆଉଟ୍ ଫ୍ଲୋ ରହିଛି ।
ପିକ୍ ସମୟରେ ମୁଣ୍ଡଳିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଲା ପରେ ଏବେ ୪ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଜି ଲୋୟର ଇନ୍ଦ୍ରାବତୀ ଡ୍ୟାମ୍ର ୨ଟି ଗେଟ୍ ଖୋଲାଯିବ । ମଙ୍ଗଳବାର ମୁଖ୍ୟଶାସନ ସଚିବଙ୍କ ସହ ବନ୍ୟା ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବନ୍ୟା ପାଇଁ ସତର୍କ ରହିବାକ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟ ଯନ୍ତ୍ରୀ ।