ବଣାଇ ସହରରେ ଗୋଠଛଡ଼ା ଦନ୍ତାର ଉତ୍ପାତ, ବାଣେଶ୍ୱର ମନ୍ଦିର ପରିସରରେ ପଶିଲା ହାତୀ

Published By : Prameya-News7 Bureau | August 06, 2024 IST

ବଣାଇ ୬।୮: ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦିନ ହେଲା ଏକ ଗୋଠ ଛଡା ଦନ୍ତା ଉତ୍ପାତ ଚଳାଇଥିବା ବେଳେ ସୋମବାର ବଣାଇ ସହରର ବାଣେଶ୍ୱର ମନ୍ଦିର ନିକଟକୁ ପଳାଇ ଆସିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକ ଭୟଭୀତ ହୋଇ ଯାଇଥିବା । ବନ ବିଭାଗ ହାତୀଟିକୁ ବ୍ରlହ୍ମଣୀ ନଦୀ ପାର କରିଥିବା ବେଳେ ପୁଣି ବଣାଇ ବାଣେଶ୍ୱର ମନ୍ଦିର ନିକଟକୁ ହାତୀ ଫେରିଆସିଥିଲା ହାତୀ । 

ବନ ବିଭାଗ ହାତୀଟିକୁ ଘଉଡ଼ାଇ ଥିବାବେଳେ ଦିନ ହୋଇଯିବାରୁ ହାତୀଟି ଦୌଡି ଦୌଡି ଜଙ୍ଗଲ ମୁହାଁ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ହାତୀଟି ଏବେ ଧରଣୀଧରପାଲି ସେକ୍ସନ ଅଞ୍ଚଳ ଜଙ୍ଗଲରେ ରହିଛି । ଦୀର୍ଘ ୮ ଦିନ ହେଲା ଧରଣୀଧରପାଲି ସେକ୍ସନ ଅଞ୍ଚଳରେ ପ୍ରାୟ ୧୫ରୁ ଅଧିକ ଘର ଭାଙ୍ଗି ନଷ୍ଟ କରିଥିନା ବେଳେ ଜଣେ ମହିଳା ଆହତ ହୋଇଥିଲେ । ହାତୀଟି ଜଙ୍ଗଲରେ ଥିବା ଯୋଗୁ ହାତୀ ଉପରେ ବନ ବିଭଗ ନଜର ରଖିଛି ।

You Can Read:

ଶୌଚ ପାଇଁ ଯାଇଥିବା ବେଳେ ପଡିଲେ ଭାଲୁ ହାବୁଡ଼ରେ, ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.