ଆଠମଲ୍ଲିକରେ ହାତୀ ମୃତ୍ୟୁ : ୫ ଦିନରେ ଗଲାଣି ୨ ହାତୀଙ୍କ ଜୀବନ

Published By : Prameya-News7 Bureau | October 13, 2024 IST

ଆଠମଲ୍ଲିକ ୧୩।୧୦: ଆଠମଲ୍ଲିକରେ ପୁଣି ହାତୀ ମୃତ୍ୟୁ । ୫ ଦିନରେ ମଲେଣି ୨ ହାତୀ । ଗତ ୮ ତାରିଖରେ ଆଠମଲ୍ଲିକ ଧଣ୍ଡାତୋପା ରେଞ୍ଜରେ ଏକ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିଲା । ମୃତ୍ୟୁର କାରଣ ଏଯାଏ DFO ସ୍ପଷ୍ଟ ଭାବେ ଜଣାଇ ନଥିବା ବେଳେ ରବିବାର ମାଧପୁର ରେଞ୍ଜର ଶଙ୍ଖାମାଳ ଗ୍ରାମରେ ପୁଣି ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ବିଷୟରେ DFO ପ୍ରତିକ୍ରିୟା ଦେଉ ନାହାନ୍ତି । ଏପରିକି ଘଟଣାସ୍ଥଳକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ନିଷେଧ କରିଛନ୍ତି ଆଠମଲ୍ଲିକ DFO । 

ଆଠମଲ୍ଲିକ ବନଖଣ୍ଡରେ ହାତୀ ସୁରକ୍ଷିତ ନଥିବା ନେଇ ଉଠିଲା ପ୍ରଶ୍ନ । ସ୍ଥାନୀୟ DFOଙ୍କ କାର୍ଯ୍ୟଶୈଳୀ ସନ୍ଦେହ ଘେରରେ । ବାରହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟି ଥାଇପାରେ ଅନୁମାନ କରାଯାଉଛି । ଶିକାରୀ ମାନଙ୍କ ସହିତ କର୍ମଚାରୀ ମାନେ ଉତ୍ତମ ସମ୍ପର୍କ ରଖି ସେମାନଙ୍କୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

You Can Read:

ନିଖୋଜ ଯୁବକଙ୍କ ମୃତଦେହ ଠାବ, ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.