କରଞ୍ଜିଆ ୧୩/୦୧: ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ମହେନ୍ଦ୍ର । ରବିବାର ବିଳମ୍ୱିତ ରାତିରେ ଶିମିଳିପାଳ ଅଭୟାରଣ୍ୟର ଚହଲା ଠାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ ।
ସୂଚନା ଥାଉକି, ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ବନବିଭାଗକୁ ସହାୟତା କରି ଆସୁଥିଲା । ଦୁଇ ବର୍ଷ ପୂର୍ବେ ତାକୁ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା । କିଛି ମାସ ପୂର୍ବରୁ ଶିମିଳିପାଳକୁ ଫେରିବା ପରେ ଦେହ ଅସୁସ୍ଥ ହେବାରୁ ମହେନ୍ଦ୍ରର ଚିକିତ୍ସା ଜାରି ରହିଥିଲା ।
ମୃତ୍ୟୁବେଳକୁ ତାର ଆନୁମାନିକ ବୟସ ୬୫ ବର୍ଷରୁ ଅଧିକ ହୋଇଥିଲା । ସେପଟେ ସୋମବାର ଏକ ଡ଼ାକ୍ତରୀ ଟିମ୍ ଚହଲାରେ ପହଞ୍ଚି ବ୍ୟବଚ୍ଛେଦ କଲା ପରେ ମହେନ୍ଦ୍ରର ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।