ରାଇକଳା ଗାଁରେ ବଣୁଆ ହାତୀ ପଲଙ୍କ ଉପଦ୍ରବ, ଗାଁରେ ପଶି ଭାଙ୍ଗିଲେ ୪ ବଖରା ଘର

Published By : Prameya-News7 Bureau | July 30, 2024 IST

କେନ୍ଦୁଝର ୩୦: ବଣୁଆ ହାତୀ ପଲଙ୍କ ତାଣ୍ଡବ । ଗାଁରେ ପଶି ଭାଙ୍ଗିଲେ ୪ ବଖରା ଘର । କେନ୍ଦୁଝର ଜିଲ୍ଲାରେ ଥମିବାର ନାଁ ଧରୁନାହିଁ ବଣୁଆ ହାତୀ ପଲଙ୍କ ଉପଦ୍ରବ । ଗତ କିଛି ଦିନ ଧରି ବଣୁଆ ହାତୀ ପଲ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ସୋମବାର ବିଳମ୍ବିତ ରାତିରେ ୨୬ ଟିକିଆ ହାତୀ ପଲ ଚମ୍ପୁଆ ରେଞ୍ଜରୁ ଆସି ଉଖୁଣ୍ଡା ଗାଁ ହୋଇ ସଦର ରେଞ୍ଜ ସ୍ଥିତ ରାଇକଳା ଗାଁକୁ ପ୍ରବେଶ କରିଥିଲେ । ହାତୀ ପଲଙ୍କୁ ବନ ବିଭାଗ ଜଙ୍ଗଲକୁ ପଠାଇବାକୁ ଚେଷ୍ଟା ଚଳାଇଥିଲେ ହେଲେ ହଜାର ହଜାର ସଂଖ୍ୟାରେ ଲେକେ ଜମା ହେବା ସହ ନିଜ ନିଜ ଗାଁ ପଟକୁ ହାତୀ ଯେମିତି ନଯିବେ ସେ ନେଇ ଚେଷ୍ଟା କରିଥିଲେ । ହାତୀଙ୍କୁ ତଡିବାକୁ ଚେଷ୍ଟା କରିଥିଲେ । ଫଳରେ ହାତୀ ପଲ ତିନି ଭାଗରେ ଭାଗ ହୋଇ ଯାଇଥିଲେ । ତିନୋଟି ହାତୀ ରାଇକଳା ଗ୍ରାମର ହୁଡ଼ି ସାହିରେ ପଶି ଗୌର ନାଏକ, ପ୍ରତିଭା ନାଏକ, ଆଦି ୪ ଜଣଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି ।  ବର୍ତ୍ତମାନ ହାତୀ ପଲ ଭାଗ ଭାଗ ହୋଇ ଅର୍ଶଳା ଏବଂ ଦୁର୍ଗାପୁର ଗାଁ ନିକଟରେ ଘୁରି ବୁଲୁଛନ୍ତି । ଗାଁ ନିକଟରେ ହାତୀ ପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ହାତୀ ପଲଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ।

You Can Read:

RTO ପଞ୍ଝାରେ ନାବାଳକ ବାଇକ୍ ଚାଳକ : ଗଣିବେ ହେଭି ଫାଇନ୍, ବାପା ଓ ମା’ଙ୍କ ନାଁରେ ହେବ କେସ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.