ଶୀତଳାପଲ୍ଲୀ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର

NEWS7
elon-musks-ai-company-xai-has-unveiled-the-new-grok-3-series-of-ai-models

ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କା ଖମ୍ବେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଲାଏନ୍ସ କ୍ଳବ୍ ଆନୁକୁଲ୍ୟରେ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ ହସ୍ପିଟାଲ ବିଭିନ୍ନ ବିଭାଗର ଦକ୍ଷ ଡାକ୍ତରମାନେ ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶୀତଳାପଲ୍ଲୀ ଠାରେ ମଲ୍ଟି ଏବଂ ସୁପର ସ୍ପେସିଆଲିଟି ସମ୍ ହସ୍ପିଟାଲ ବିଶ୍ଵ ସ୍ତରୀୟ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂତନ ବିପ୍ଲବ ଆଣିଥିଲା ବେଳେ, ଉତ୍ତମ ରୋଗୀ ସେବା ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ହସ୍ପିଟାଲରେ ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ଅର୍ଥୋପେଡିକ, ସ୍ପାଇନ ସର୍ଜରୀ, ସ୍ତ୍ରୀ ଏବଂ ପ୍ରସୂତି ଚିକିତ୍ସା ସହ ନେଫ୍ରୋଲୋଜି, ୨୪ ଘଣ୍ଟିଆ ଟ୍ରମା କେୟାର, କ୍ୟାଡିଓଲୋଜିଷ୍ଟ , ହେମାଟୋଲୋଜି, ଅଙ୍କୋଲୋଜି, ମେଡିସିନ ଅଙ୍କୋଲୋଜି, ସର୍ଜରୀ ଅଙ୍କୋଲୋଜି, ଡାଏଲିସିସ୍, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଡ଼ାଇବେଟିକ ଏଣ୍ଡୋକ୍ରିନୋଲୋଜି, ହୃଦରୋଗ, ଶିଶୁରୋଗ, କର୍କଟ, ଚକ୍ଷୁ ରୋଗ ଠାରୁ ଅନେକ ବିରଳ ରୋଗ ଓ ଅସ୍ରୋପଚାର କରି ଅନେକ ଜଟିଳ ରୋଗର ଚିକିତ୍ସା କରାଯାଉଛି। ଏହା ସହ ବିଭିନ୍ନ ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟ ଶିବିର କରି ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛି । ସମ୍ ହସ୍ପିଟାଲର ଗୋଟିଏ ମାତ୍ର ଲକ୍ଷ ହେଉଛି ଗ୍ରାମାଞ୍ଚଳ ଠାରୁ ଆରମ୍ଭ ସହରାଞ୍ଚଳ ସମସ୍ତ ଲୋକଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ସ୍ବାସ୍ଥ୍ୟ ସେବା ଯୋଗାଇବା ।

ତେବେ ଖମ୍ବେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଆୟୋଜିତ ମାଗଣା ସ୍ବାସ୍ଥ୍ୟ ସେବା ଶିବିରରେ ସମ୍ ହସ୍ପିଟାଲ ଚର୍ମ ବିଭାଗ ଡାକ୍ତର ମିନାକ୍ଷୀ ମୁନି, ଜେନେରାଲ ମେଡିସିନ ବିଭାଗ ସନ୍ଧ୍ୟାରାଣୀ ପତି, ଇ. ଏନ. ଟି ବିଭାଗ ଡାକ୍ତର ପ୍ରିୟଜିତ୍ ପାଣଗ୍ରାହୀ , ନ୍ୟୁରୋ ସର୍ଜରୀଡାକ୍ତର ପ୍ରଭାତ କୁମାର ଜଗଦେବ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମିନାକ୍ଷୀ ସାହୁ ପରି ଅନେକ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ସ୍ବାସ୍ଥ୍ୟ ସେବା ଯୋଗାଇଥିଲେ । ଆସିକା ଏବଂ ଆଖ ପାଖ ଅଞ୍ଚଳର ଶତାଧିକ ରୋଗୀ ଉତ୍ତମ ଚିକିତ୍ସା ଓ ମାଗଣା ଔଷଧ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ନିଆରା ପ୍ରୟାସ ପାଇଁ ହସ୍ପିଟାଲର ସମସ୍ତ ଡାକ୍ତରୀ ଟିମ୍ ଓ ମେଡିସିନ ବିଭାଗର କର୍ମକର୍ତ୍ତାମାନଙ୍କ ସହ ଆୟୋଜକ ଲାଏନ୍ସ କ୍ଲବକୁ ରୋଗୀମାନେ ଓ ସେମାନଙ୍କ ପରିବାରବର୍ଗ ଧନ୍ୟବାଦ୍ ଦେଇଛନ୍ତି ।