ଭୁବନେଶ୍ୱର ୦୬।୦୫ : ରାଜ୍ୟରେ ଜାରି ରହିଛି BSKY Yojana (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) । ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାରଙ୍କ MoU ବଳବତ୍ତର ରହିଛି ବୋଲି କହିଛ ସ୍ୱାସ୍ଥ୍ୟ ବିଭାଗ ।
ଖବର ଅନୁଯାୟୀ, ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି । ବିଜେପି ମୋଟ ୧୪୭ ବିଧାନସଭା ଆସନରୁ ୭୮ରେ ବିଜୟୀ ହୋଇଥିବା ବେଳେ ବିଜେଡିକୁ ୫୧ ସିଟ୍ ମିଳିଛି । ଯାହାଫଳରେ ୨୪ ବର୍ଷରେ ଓଡିଶାରେ ଶେଷ ହୋଇଛି ବିଜେଡି ଶାସନ । ତେବେ ବିଜେଡି ସରକାର ହଟିବା ପରେ BSKY ଯୋଜନା ନେଇ ଦ୍ୱନ୍ଦ ଲାଗିରହିଥିଲା । ଏପିରିକି ଅନେକ ହସ୍ପିଟାଲ BSKY ଯୋଜନା କାମ କରୁନଥିବା କହି ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ଆସିଥିଲା । ଯାହାପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।
ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ କହିଛନ୍ତି ଯେ, ରାଜ୍ୟରେ ବିଏସକେୱାଇ ଯୋଜନା ଜାରି ରହିଛି । BSKYକୁ ନେଇ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ସହ କରିଥିବା MOU ଏବେବି ବଳବତ୍ତର ରହିଛି । ତେଣୁ BSKY କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ପୁରା ଗୁଜବ।