LIVE TV

ଏବେ ଉଡାଜାହାଜରେ 'ଏୟାର ଆଣ୍ଟି', ୪୦ ବର୍ଷୀୟ ମହିଳାଙ୍କୁ ମିଳିବ ଚାକିରି

NEWS7
eviction-at-accused-md-sonu-house-in-jharsuguda

ବେଜିଂ,  ୩ |୧୧ : ଏବେ ଏୟାର ହଷ୍ଟେସ ନୁହେଁ ବରଂ ପ୍ଲେନରେ କାମ କରିବେ ଏୟାର ଆଣ୍ଟି । ଆପଣଙ୍କୁ ଏହା ଶୁଣିବାକୁ ଅଜବ ଲାଗୁ ଥାଇପାରେ । କିନ୍ତୁ ଏମିତି କିଛି ଖବର ଚାଇନାରୁ ସାମ୍ନାକୁ ଆସିଛି । ଏଠାରେ ଏକ ଏୟାରଲାଇନ୍ସ ବିବାହିତ ଏବଂ ମାଆ ମାନଙ୍କ ପାଇଁ ବାହାର କରିଛି ଭାକାନ୍ସି । ଯେଉଁଥିରେ ମହିଳାଙ୍କୁ ଏୟାର ହଷ୍ଟେସ ବଦଳରେ ଏୟାର ଆଣ୍ଟି ବୋଲି ଉଲ୍ଲେଖ ରହିଛି ।  

ରିପୋର୍ଟ ଅନୁସାରେ, ସ୍ପ୍ରିଙ୍ଗ୍ ଏୟାର ଲାଇନ୍ସ ନାମକ ଏକ ସଂସ୍ଥା ଅକ୍ଟୋବର ୨୨ ତାରିଖରେ ନିଜ ଏୟାର ଲାଇନ୍ସ ପାଇଁ ବିଜ୍ଞପ୍ତି ବାହାର କରିଥିଲା । କ୍ରୁ ମେମ୍ବରଙ୍କ ସମେତ ଅନେକ ପୋଷ୍ଟ ପାଇଁ ନିଯୁକ୍ତି ହେବ ବୋଲି ଏଥିରେ ଉଲ୍ଲେଖ ରହିଥିଲା । ଏଥିରେ କୁହାଯାଇଥିଲା ଯେ, ଏୟାର ଆଣ୍ଟି ପାଇଁ ୨୦ରୁ ୪୦ ବର୍ଷୀୟ ମହିଳାମାନେ ଆବେଦନ କରିପାରିବେ । ଯେଉଁମାନେ ବିବାହିତ କିମ୍ବା ସେମାନଙ୍କ ସନ୍ତାନ ରହିଛନ୍ତି ସେମାନେ ମଧ୍ୟ ଆବେଦନ କରିବେ । ଅତି କମରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହେବା ଆବଶ୍ୟକ ।

ପୂର୍ବରୁ ଏହି ଏୟାର ଲାଇନ କେବଳ ୧୮ରୁ ୨୫ ବର୍ଷୀୟ ଯୁବତୀଙ୍କୁ ଏୟାର ଲାଇନ୍ସରେ ସାମିଲ କରୁଥିଲା । କିନ୍ତୁ ଏବେ ଅଧିକ ବୟସର ମହିଳାଙ୍କୁ ସାମିଲ କରାଯିବାକୁ ଯୋଜନା ହେଉଛି । କାରଣ ଅଧିକ ବୟସର ମହିଳାମାନେ ଅନ୍ୟମାନଙ୍କ ପ୍ରତି ଅଧିକ ସହାନୁଭୁତି ଦେଖାଇପାରିବେ ବୋଲି ଏୟାରଲାଇନ୍ସ କହିଛି ।

ତେବେ ବିବାଦ ସେତେବେଳେ ବଢିଥିଲା ଯେତେବେଳେ କମ୍ପାନୀ ୨୫ରୁ ୪୦ ବୟସର ବିବାହିତ ମହିଳାଙ୍କୁ ଏୟାର ଆଣ୍ଟି ବୋଲି କହିଥିଲା । ଯାହାକୁ ନେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଏହାର ଜବାବରେ କମ୍ପାନୀ କହିଛି ଯେ, ଏହା ନୂଆ ଘଟଣା ନୁହେଁ । ଚାଇନାରେ ଅବସର ବୟସ ୫୦୧୯୯୦ ମସିହାରୁ ଏୟାର ଆଣ୍ଟି ଶବ୍ଦ ବ୍ୟବହାର ହୋଇ ଆସୁଛି । ସେମାନେ ମଧ୍ୟ ଅନ୍ୟ ଏୟାର ହଷ୍ଟେସଙ୍କ ଭଳି କାର୍ଯ୍ୟ କରିବେ ।

ଆହୁରି ମଧ୍ୟ ଜଣା ପଡିଛି ଯେ, ଏୟାରଲାଇନ୍ସରେ ଏବେ ୮୮ ଜଣ ଏୟାର ଆଣ୍ଟି ରହିଛନ୍ତି । ପ୍ରାୟ ୭୫ ପ୍ରତିଶତ କାର୍ଯ୍ୟ ସେମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ । ହେଲେ କମ୍ପାନୀ ନିଜ ସପକ୍ଷରେ ଯୁକ୍ତି କରିବା ପରିବର୍ତ୍ତେ ଏୟାର ଆଣ୍ଟି ନାଁକୁ ପରିବର୍ତ୍ତନ କରିବା ଜରୁରୀ ବୋଲି ନେଟିଜେନ୍ସ ଦାବି କରିଛନ୍ତି ।