ମୁମ୍ବାଇ: ଆସାମର ପୂର୍ବତନ କ୍ରିକେଟର ଦେବଜିତ୍ ସାଇକିଆ ବିସିସିଆଇ ସେକ୍ରେଟାରୀ । ଭାରତୀୟ କ୍ରିକେଟ୍ କାଉଁନସିଲ୍ ବୋର୍ଡ ପକ୍ଷରୁ ତାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବତନ ସଂପାଦକ ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ତାଙ୍କ ସ୍ଥାନରେ ଏବେ ଦେବଜିତ୍ ସାଇକିଆଙ୍କୁ ନିଯୁକ୍ତି ମିଳିଛି । ସେ ଭାରତୀୟ କ୍ରିକେଟ୍ କାଉଁନସିଲ୍ ବୋର୍ଡରେ ସମ୍ପାଦକ ଦାୟିତ୍ବ ତୁଲାଇବେ । ଏନେଇ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଦେବଜିତ୍ ସାଇକିଆଙ୍କ କ୍ରିକେଟ୍ ଯାତ୍ରା ଉପରେ ନଜର ପକାଇଲେ ତାଙ୍କର କ୍ୟାରିୟର ନୁହେଁ । ହେଲେ କ୍ରିକେଟ୍ ପ୍ରତି ତାଙ୍କର ରୁଚି ତାଙ୍କୁ ଜଣେ ପାସିଓନେଟ୍ କ୍ରିକେଟର ଗଢ଼ି ତୋଳିଛି । ଆସାମ କ୍ରିକେଟ୍ ଆସୋସିଏସନରେ ଓ୍ବିକେଟ୍ କିପର ବ୍ୟାଟର ଭାବେ ଖେଳୁଥିଲେ । ୧୯୯୦ରୁ ୧୯୯୧ ମଧ୍ୟରେ ସେ ୪ଟି ଫାଷ୍ଟକ୍ଲାସ୍ କ୍ରିକେଟ୍ ଖେଳିଛନ୍ତି । ଏଥିରୁ ସେ ୮.୮୩ ହାରରେ ୫୪ ରନ ସଂଗ୍ରହ କରିଛନ୍ତି । ଓ୍ବିକେଟ୍ କିପର କ୍ୟାରିୟରରେ ୮ଟି କ୍ୟାଚ୍ ଓ ଗୋଟିଏ ଷ୍ଟମ୍ପିଂ କରିଛନ୍ତି ।..