CBI ଜାଲରେ ଅନିଲ ଅମ୍ବାନୀଙ୍କ ପୁଅ, ୨୨୮ କୋଟିଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ହେଲା ପଚରା ଉଚରା

NEWS7
ex-congress-mp-sajjan-kumar-convicted

  • ଋଣ ଠକେଇ ମାମଲାରେ ସିବିଆଇ ଜୟ ଅନମୋଲ ଅମ୍ବାନୀଙ୍କୁ ପଚରା ଉଚରା କରିଛି
  • ଏଜେନ୍ସୀ କଥିତ ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ପଚରା ଉଚରା କରିଛି
  • ରିଲାଏନ୍ସ ହାଉସିଂ ଫାଇନାନ୍ସ ଲିମିଟେଡର ସିଇଓ ହୋଇଥିବାରୁ ତାଙ୍କୁ ପଚରା ଉଚରା କରାଯାଇଛି

ମୁମ୍ବାଇ ୧୩।୩: କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ଶୁକ୍ରବାର ୨୨୮ କୋଟି ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଋଣ ଠକେଇ ମାମଲାରେ ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କୁ ପଚରା ଉଚରା କରିଛି। ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। ଅଧିକାରୀଙ୍କ ଅନୁସାରେ ଜୟ ଅମ୍ବାନୀଙ୍କୁ ଶନିବାର ମଧ୍ୟ ପଚରା ଉଚରା ପାଇଁ ଡକା ଯାଇଛି। ଏଜେନ୍ସୀ କଥିତ ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ପଚରା ଉଚରା କରିଛି। ରିଲାଏନ୍ସ ହାଉସିଂ ଫାଇନାନ୍ସ ଲିମିଟେଡର ପୂର୍ବ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ହୋଇଥିବାରୁ ତାଙ୍କୁ ପଚରା ଉଚରା କରାଯାଇଛି।

ଏହି ବ୍ୟାଙ୍କ ଠକେଇ ମାମଲାରେ ଜୟଙ୍କ ସହ ପୂର୍ବତନ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଥିବା ରବିନ୍ଦ୍ର ସୁଧାକରଙ୍କ ସମେତ ଅନ୍ୟଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଛି। ତେବେ ଏହି ପଚରା ଉଚରା ନେଇ କମ୍ପାନୀ ପକ୍ଷରୁ ତତ୍କାଳ କୌଣସି ସୂଚନା ଦିଆଯାଇ ନାହିଁ। ଗତ ୯ ଡିସେମ୍ବର ୨୦୨୫ରେ ସିବିଆଇ ଜୟ ଅନମୋଲ ଅମ୍ବାନୀ ଓ ଅନ୍ୟମାନଙ୍କ ବିରୋଧରେ ଏଫଆଇର ରୁଜୁ କରିଥିଲା। ସିବିଆଇ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ (ପୂର୍ବର ଆନ୍ଧ୍ରବ୍ୟାଙ୍କ)ର ଏକ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ କରିଛି।

ଏଥିରେ ବ୍ୟାଙ୍କ ପକ୍ଷରୁ କମ୍ପାନୀ ନେଇଥିବା ଋଣ ପୈଠ କରିନଥିବା ଓ ଏଥି ଯୋଗୁ ଖାତା ନନପରଫର୍ମିଂ ଆସେଟ (ଏନପିଏ) ରେରୂପାନ୍ତରିତ ହୋଇଥିବାର କୁହାଯାଇଥିଲା।