ଅଷ୍ଟପ୍ରହରୀରୁ ଫେରୁଥିଲେ, ପଛରୁ ହାଣି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

Published By : Prameya-News7 Bureau | November 13, 2024 IST

NEWS UPDATE

ଭଦ୍ରକ ୧୩।୧୧ : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା। ଅଷ୍ଟପ୍ରହରୀରୁ ଫେରୁଥିବା ବେଳେ ପୂର୍ବତନ ସରପଞ୍ଚ ତଥା ସମବାୟ ସେବା ସମିତି ସଭାପତିଙ୍କୁ ପଛରୁ ହାଣିଛନ୍ତି ଦୁର୍ବୃତ୍ତ। ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧ ଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଛି। 

ଖବର ଅନୁଯାୟୀ, ଭଦ୍ରକ ଅମ୍ୱରୋଲି ସମବାୟ ସମିତିର ସଭାପତି ଥିଲେ ଚିତ୍ତ ରଞ୍ଜନ ରାଉତ। ଏକ ଅଷ୍ଟପ୍ରହରୀକୁ ଯାଇ ଘରକୁ ଫେରିନଥିଲେ ଚିତ୍ତରଂଜନ। ସକାଳୁ ଘର ଠାରୁ କିଛି ଦୂରରେ ଏକ ନାଳରୁ ମିଳିଛି ରକ୍ତାକ୍ତ ମୃତଦେହ। ମୁଣ୍ଡର ପଛ ପଟେ ଗଭୀର କ୍ଷତ ହୋଇଛି। ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.